LONDON, ENGLAND - MAY 22 : Mohammad Amir of Pakistan looks on during a training session before the 1st Test match between England and Pakistan at Lord's cricket ground on May 22, 2018 in London, England. (Photo by Philip Brown/Getty Images)
କରାଚୀ, ୧୯।୪(ପି.ଟି.)- ମେ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ପାକିସ୍ତାନ ଦଳ ଘୋଷିତ ହୋଇଛି। ଆଉଟ୍ ଅଫ୍ ଫର୍ମ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମୀରଙ୍କୁ ଘୋଷିତ ୧୫ଜଣିଆ ଦଳରୁ ବାଦ୍ ଦିଆଯାଇଛି। ବ୍ୟାଟ୍ସମ୍ୟାନ ଅବିଦ୍ ଅଲିଙ୍କୁ ଦଳରେ ସାମିଲ କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମା-ଉଲ-ହକ ଏହି ଦଳ ଘୋଷଣା କରିଥିଲେ। ଦୁଇଜଣ ରିଜର୍ଭ ଖେଳାଳିଙ୍କ ନାମ ମଧ୍ୟ ସେ ଘୋଷଣା କରିଥିଲେ। ୨୦୧୭ ଚାମ୍ପିୟନ୍ସ ଟ୍ରଫି ଦଳରେ ୧୧ଜଣ ଖେଳାଳିଙ୍କୁ ଏହି ଦଳରେ ବଜାୟ ରଖାଯାଇଛି ବୋଲି ସେ କହିଛନ୍ତି। ଏହି ଦଳ ବିଶ୍ୱକପ୍ରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି। ଚାମ୍ପିୟନ୍ସ ଟ୍ରଫି ପରେ ଆମୀର ୧୪ଟି ଦିନିକିଆ ଖେଳି ମାତ୍ର ୫ଟି ଉଇକେଟ ହାସଲ କରିଛନ୍ତି। ଫଳରେ ଚୟନକର୍ତ୍ତା ଆମୀରଙ୍କୁ ଅଣଦେଖା କରିଛନ୍ତି। ଅନ୍ୟପଟେ ଅଭିଜ୍ଞ ସୋଏବ ମଲିକ ଓ ମହମ୍ମଦ ହାଫିଜଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି। ହାର୍ଡ ହିଟିଂ ବ୍ୟାଟ୍ସମ୍ୟାନ ଆସିଫ୍ ଅଲି ଓ ଅମାର ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ବିଶ୍ୱକପ୍ ପୂର୍ବରୁ ଖେଳାଯିବାକୁ ଥିବା ସାଇଡ ମ୍ୟାଚ୍ ପାଇଁ ରିଜର୍ଭ ଖେଳାଳିଭାବେ ଦଳରେ ସାମିଲ ହୋଇଛନ୍ତି ଇଞ୍ଜାମାମ ଘୋଷଣା କରିଛନ୍ତି।
ପାକିସ୍ତାନ ବିଶ୍ୱକପ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫଖାର ଜମାନ, ଇମାମ-ଉଲ-ହକ, ଅବିଦ ଅଲି, ବାବର ଆଜମ, ସୋଏବ ମଲିକ, ହାରିସ୍ ସୋହେଲ, ମହମ୍ମଦ ହାଫିଜ୍, ସଦାବ ଖାଁ, ଇମାଦ ଓ୍ବାସିମ, ହାସନ ଅଲି, ଫହିମ ଆଶ୍ରଫ୍, ଶାହିନ ଶାହ ଆଫ୍ରିଦି, ଜୁନେଦ୍ ଖାଁ ଓ ମହମ୍ମଦ ହାସନେନ।
ରିଜର୍ଭ ଖେଳାଳି: ଆସିଫ ଅଲି ଓ ମହମ୍ମଦ ଆମୀର