Pakistan's cricketers pose for a photograph with their trophy after winning the second Test cricket match between Pakistan and Sri Lanka at the National Cricket Stadium in Karachi on December 23, 2019. (Photo by Asif HASSAN / AFP) (Photo by ASIF HASSAN/AFP via Getty Images)
କରାଚୀ, ୨୪ା୧୨ (ଏଏଫ୍ପି)- କରାଚୀଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ୨୬୩ ରନରେ ସହଜ ବିଜୟ ହାସଲ କରିଛି। ଏଥିସହ ଦଳ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ଜିତିନେଇଛି। ସୋମବାର ଅନ୍ତିମ ତଥା ୫ମ ଦିବସ ଖେଳରେ ପାକିସ୍ତାନ ମାତ୍ର ୧୪ ମିନିଟ ଓ ୧୬ ବଲ୍ ବିନିମୟରେ ମ୍ୟାଚ ଜିତି ନେଇଥିଲା। ଭ୍ରମଣକାରୀ ଦଳ ପୂର୍ବଦିନର ଅସମାପ୍ତ ସ୍କୋର ୨୧୨ରେ ଗୋଟିଏ ହେଲେ ରନ ଯୋଗ କରି ପାରି ନ ଥିବାବେଳେ ଏହାର ଅବଶିଷ୍ଟ ୩ ଉଇକେଟ ହରାଇଥିଲା। ପାକିସ୍ତାନ ରବିବାର ଶ୍ରୀଲଙ୍କା ବିପକ୍ଷରେ ୪୭୬ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପାକିସ୍ତାନର ସ୍ବଳ୍ପ ବୟସ୍କ ବୋଲର ନସିମ୍ ଶାହ (୧୬ ବର୍ଷ ଓ ୩୦୭ ଦିନ) ଚମତ୍କାର ବୋଲିଂ କରି ୩୧ରନ ବିନିମୟରେ ୫ ଉଇକେଟ ହାସଲ କରିଥିଲେ। ଏକ ଟେଷ୍ଟ ଇନିଂସରେ ୫ ଉଇକେଟ ହାସଲ କରିବାରେ ସେ ପାକିସ୍ତାନର ଦ୍ୱିତୀୟ ସର୍ବକନିଷ୍ଠ ବୋଲର ବିବେଚିତ ହୋଇଛନ୍ତି। ପାକିସ୍ତାନର ସର୍ବକନିଷ୍ଠ ବୋଲର ଭାବେ ଗୋଟିଏ ଇନିଂସରେ ୫ ଉଇକେଟ ସଫଳତା ରେକର୍ଡ ବାମହାତୀ ସ୍ପିନର ନାସିମ ଉଲ୍ ଘାନିଙ୍କ ନାମରେ ରହିଛି। ଶାହଙ୍କଠାରୁ ଘାନି ବୟସରେ ୪ ଦିନ ସାନ। ୧୯୫୭-୫୮ରେ ଜର୍ଜଟାଉନ୍ଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ପ୍ରଥମ ଇନିଂସ: ୧୯୧
ଶ୍ରୀଲଙ୍କା ପ୍ରଥମ ଇନିଂସ: ୨୭୧
ପାକିସ୍ତାନ ଦ୍ୱିତୀୟ ଇନିଂସ: ୫୫୫/୩
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୨୧୨ ( ଓସାଡା ଫର୍ନାଣ୍ଡୋ-୧୦୨, ନିରୋଶାନ ଡିକ୍ଓ୍ବେଲା-୬୫, ନସିମ ଶାହ-୫/୩୧, ୟାସିର ଶାହ-୨/୮୪)।