India's Rohit Sharma bats during the Cricket World Cup match between India and Pakistan at Old Trafford in Manchester, England, Sunday, June 16, 2019. (AP Photo/Aijaz Rahi)
ଲଣ୍ଡନ, ୧୭।୬: ବିଶ୍ୱକପରେ ପାକିସ୍ତାନକୁ ଲଗାତର ୭ମ ଥର ପରାସ୍ତ କରିବା ପରେ ଚାରିଆଡେ ଭାରତୀୟ ଦଳର ଚର୍ଚ୍ଚା ହେଉଛି। ରବିବାର ପାକିସ୍ତାନକୁ ୮୯ରନରେ ପରାସ୍ତ କରିବାରେ ରୋହିତ ଶର୍ମା ମୁଖ୍ୟ ଭୂମିକା ନିଭାଇ ଥିଲେ। ଶିଖର ଧାଓ୍ବନଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲଙ୍କ ସହ ଓପନିଂ କରିବାକୁ ଆସିଥିବା ରୋହିତ ୧୪୦ରନ୍ର ପାଳି ଖେଳି ଭାରତକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ମ୍ୟାଚ୍ ପରେ ପାକିସ୍ତାନର ଜଣେ ଖବରଦାତା ରୋହିତଙ୍କୁ ପାକିସ୍ତାନ ଦଳକୁ କିଛି ଉପଦେଶ ଦେବା ପାଇଁ କହିଥିଲେ। ଏହାର ଜବାବରେ ରୋହିତ କହିଥିଲେ, ମୁଁ ଯଦି ପାକିସ୍ତାନ ଦଳର କୋଚ ହେବି, ସେବେ ଯାଇଁ କିଛି ଉପଦେଶ ଦେଇପାରିବି। ରୋହିତଙ୍କ ଉତ୍ତରକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି।