ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୨ ପାକିସ୍ତାନୀ ସେନା ନିହତ

ସୁନ୍ଦରବନି,୩୦।୭: ଜମ୍ମୁ-କଶ୍ମୀରର ସୁନ୍ଦରବନି ସେକ୍ଟରରେ ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ଏହାସହ ପାକିସ୍ତାନ ତାଙ୍ଗଧାର-କେରନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସମୟରେ ଭାରତୀୟ ସେନା ପକ୍ଷରୁ କଡା ଯବାବ ଦିଆଯାଇଛି। ଏଥିରେ ପାକିସ୍ତାନର ୨ ସେନା ନିହତ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି। ।