holy Bagmati River at Pashupatinath Temple complex in Kathmandu, India
ଇସ୍ଲାମାବାଦ,୩।୨: ପାକିସ୍ତାନରେ ଥିବା ହିନ୍ଦୁଙ୍କର ଦାହ ସଂସ୍କାର କରିବା ଏବେ ମହଙ୍ଗା ହୋଇଛି। ଶୁଣିବାକୁ ମିଳିଛି କି ଏବେ ଏଠାରେ ଅଧିକାଂଶ ହିନ୍ଦୁ ମୃତଦେହ ଦାହ ନ କରିପାରି ପୋତି ଦେଉଛନ୍ତି। ଆଉ କେତେଜଣ ଅସ୍ଥି ବିସର୍ଜନ ପାଇଁ ଅପେକ୍ଷା ରଖୁଛନ୍ତି। ଗତବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଗଲା। ଏହାପରେ କରତାରପୁର କରିଡର ନିର୍ମାଣ କରାଯିବା ସହ ସମଝୋତା ଏକ୍ସପ୍ରେସ ଓ ସଦ୍ଭାବନା ବସ୍କୁ ବନ୍ଦ କରିଦିଆଗଲା। ଏହା ଫଳରେ ପାକିସ୍ତାନରେ ରହୁଥିବା ହିନ୍ଦୁ ସେମାନଙ୍କ ମୃତ ପରିଜନଙ୍କ ଅସ୍ଥି ବିସର୍ଜନ ପାଇଁ ବାରାଣସି ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଅପେକ୍ଷା କରିବାକୁ ପଡୁଛି। ଆହୁରି ମଧ୍ୟ ପାକିସ୍ତାନ ପଞ୍ଜାବ ଅଞ୍ଚଳର ପୂର୍ବତନ ହିନ୍ଦୁ ନେତା କାଜିରାମ ଚାଓ୍ବଲା କହିଛନ୍ତି, ଏବେ ପାକିସ୍ତାନରେ ହିନ୍ଦୁମାନେ ଧାର୍ମିକ ରୀତିନୀତି ଅନୁସାରେ ଦାହ ସଂସ୍କାର କରିବାକୁ ୨୦-୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଅନ୍ୟପଟେ ଭିଜା ନ ମିଳିବାରୁ ଏମାନଙ୍କୁ ଅସ୍ଥି ବିସର୍ଜନ ପାଇଁ ବହୁ ସମୟ ଅପେକ୍ଷା ରଖିବାକୁ ମଧ୍ୟ ପଡୁଛି। ତେବେ ପାକିସ୍ତାନର ଅର୍ଥ ବ୍ୟବସ୍ଥା ପାଇଁ ଏବେ ଏହି ମହଙ୍ଗା ମାଡ ହୋଇଛି ବୋଲି କୁହାଯାଉଛି।