People sit on the ground in circles drawn with chalk to maintain safe distance, as they wait to receive sacks of ration handouts from a distribution point of a charity, during a partial lockdown after Pakistan shut all markets, public places and discouraged large gatherings amid an outbreak of coronavirus disease (COVID-19), in Karachi, Pakistan March 29, 2020. REUTERS/Akhtar Soomro
ଇସ୍ଲାମାବାଦ,୩୦।୩: ପାକିସ୍ତାନରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ୧୦୦ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୬୦୦ରେ। ଏଠାରେ ମୃତ୍ୟୁ ସଂଖ୍ୟା ୧୭ ରହିଥିବା ସୂଚନା ମିଳିଛି। ତେବେ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସର୍ବାଧିକ ୫୯୩ ରହିଛି। ସେହିପରି ଖେବର ପଖତୁନଓ୍ବାରେ ୧୯୨, ବେଲୋଚିସ୍ତାନରେ ୧୪୧, ଇସ୍ଲାମାବାଦ ୪୩, ଗିଲଗିଟ-ବଲଟିସ୍ତାନରେ ୧୨୩ ଥିବାବେଳେ ସବୁଠାରୁ କମ୍ ପାକ୍ ଅଧିକୃତ କଶ୍ମୀରରେ ମାତ୍ର ୬ ଜଣ ରହିଥିବା ଜଣାପଡିଛି। ଲକ୍ଡାଉନ୍କୁ ପାକିସ୍ତାନ ଗ୍ରହଣ କରି ନ ଥିବା ବେଳେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଯିବା ଆଉ ଏକ ଚିନ୍ତାର କାରଣ ହୋଇଛି ବୋଲି କୁହାଯାଉଛି।