ପାକିସ୍ତାନକୁ ଉପରାଷ୍ଟ୍ରପତିଙ୍କ କଡା ବାର୍ତ୍ତା: ଭାରତ ଆକ୍ରମଣ କରେନି, କିନ୍ତୁ ନିଜ ସାର୍ବଭୌମତ୍ୱ ସହ ବୁଝାମଣା କରିବ ନାହିଁ

ନୂଆଦିଲ୍ଲୀ,୬।୯:ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ଭାରତ ସହ ଯୁଦ୍ଧ କରିବାକୁ ଧମକ ଦେଉଛି। ପାକିସ୍ତାନର ଏଭଳି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଯିଏ ଯେତେ ଉସୁକାଇଲେ ମଧ୍ୟ ଭାରତ ଆଜି ପର୍ଯ୍ୟନ୍ତ ଆକ୍ରମଣ କରିନାହିଁ। କିନ୍ତୁ ତା’ ମାନେ ନୁହେଁ, ଆମେ ଚୁପ୍‌ଚାପ୍‌ ବସିଯିବୁ। ଆମେ ଏହାକୁ ସହଜରେ ମଧ୍ୟ ନେଉନୁ। ଯଦି ନିଜ ସାର୍ବଭୌମତ୍ୱ ଉପରେ କଥା ଆସିବ ତେବେ ଆମେ କୌଣସି ପରିସ୍ଥିତିରେ ବି ବୁଝାମଣା କରିବୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।