Categories: Home Leftଖେଳ

ପାକିସ୍ତାନ ଓପନରଙ୍କ କ୍ୟାରିୟରରେ ଯେତିକି ରନ୍‌ କରି ନାହାନ୍ତି, ତାଠୁ ସିରିଜ୍‌ରେ ଅଧିକ ଓ୍ବାର୍ନର

ଆଡିଲେଡ୍‌,୩ା୧୨: ଏଠାରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଘରୋଇ ଅଷ୍ଟ୍ରେଲିଆ ଦଳ ଏକ ଇନିଂସ ଓ ୪୮ ରନ୍‌ରେ ଜିତି ନେଇଥିଲା। ଏହି ମ୍ୟାଚ୍‌ର ଉଭୟ ଇନିଂସରେ ସମ୍ପୂର୍ଣ୍ଣ ବିଫଳ ହାଇଥିଲେ ପାକିସ୍ତାନ ଓପନର ଇମାମ ଉଲ ହକ୍‌। ପ୍ରଥମ ଇନିଂସରେ ୩ ରନ୍‌ କରିଥିବାବେଳେ ଦ୍ୱିତୀୟ ଇନିଂସରେ ଖାତା ଖୋଲିପାରି ନ ଥିଲେ। ସେ ଏପର୍ଯ୍ୟନ୍ତ ୧୧ ଟେଷ୍ଟ ଖେଳି ୨୫.୫୩ ଆଭରେଜରେ ୪୮୭ ରନ୍‌ କରିଛନ୍ତି। ଅନ୍ୟପକ୍ଷରେ ଚମତ୍କାର ଫର୍ମରେ ଥିବା ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟରେ ସିରିଜ୍‌ରେ ୪୮୯ ରନ୍‌ କରିଛନ୍ତି, ଯାହାକି ଇମାମଙ୍କ କ୍ୟାରିୟରଠାରୁ ଦୁଇ ରନ୍‌ ଅଧିକ। ଏ ସମ୍ପର୍କରେ ଟୁଇଟ୍‌ କରି ଆଇସ୍‌ଲାଣ୍ଡ କ୍ରିକେଟ ପାକିସ୍ତାନର ବାମହାତୀ ଓପନରଙ୍କୁ ସମାଲୋଚନା କରିଛି। ଇମାମ ତାଙ୍କ ପୂରା ଟେଷ୍ଟ କ୍ୟାରିୟରରେ ଯେତିକି ରନ୍‌ କରି ନାହାନ୍ତି, ତାଠାରୁ ଅଧିକ ରନ୍‌ ସିରିଜ୍‌ରେ ଓ୍ବାର୍ନର କରିଛନ୍ତି। ଉଲ୍ଲେଖଥାଉ କି, ଦ୍ୱିତୀୟ ତଥା ଦିବାରାତ୍ର ଟେଷ୍ଟର ପ୍ରଥମ ଇନିଂସରେ ଓ୍ବାର୍ନର ଅପରାଜିତ ୩୩୫ ରନ୍‌ର ଇନିଂସ ଖେଳିଥିଲେ।