ପର୍ଯ୍ୟାୟ ଭିତ୍ତିରେ ଉଠିପାରେ କଟକଣା

ନୂଆଦିଲ୍ଲୀ,୧୩।୪: ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ପୁଣି ଥରେ ଚାଲୁ କରିବା ନେଇ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ପରବର୍ତ୍ତୀ କାର୍ଯ୍ୟପନ୍ଥା ଘୋଷଣା କରିପାରନ୍ତି। ବିଶେଷକରି ଗ୍ରୀନ୍‌ ଜୋନ୍‌ ବା କରୋନା ମାମଲା ନ ଥିବା ଅଞ୍ଚଳଗୁଡିକରେ କଟକଣା କୋହଳ ହେବା ସମ୍ଭାବନା ରହିଛି। ଏହାକୁ ପର୍ଯ୍ୟାୟ ଭିତ୍ତିରେ ଲାଗୁ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।