ପର୍ଯ୍ୟଟକଙ୍କ ଗାଡ଼ି ପଛରେ ୨ କିମି ଗୋଡ଼ାଇଲା ସିଂହ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବେଙ୍ଗାଲୁରୁ,୧୬।୧୦: କର୍ନାଟକର ବେଲ୍ଲାରି ଜିଲାରେ ଥିବା ଅଟଳ ବିହାରୀ ବାଜପେୟୀ ଜାତୀୟ ପ୍ରାଣୀ ଉଦ୍ୟାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ସିଂହ ସଫାରିରେ ଏକ ୬ ମାସର ସିଂହ ଶାବକ ପର୍ଯ୍ୟଟକଙ୍କ ଗାଡ଼ିକୁ ୨ କିଲୋମିଟର ପର୍ଯ୍ୟନ୍ତ ପିଛା କରିଛି। ଏହାକୁ ନେଇ ପ୍ରାଣୀ ଉଦ୍ୟାନ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ସଫାରି ଭିତରକୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଗାଡ଼ି ଡ୍ରାଇଭର କେଶରୀ ନାମକ ଏହି ସିଂହ ଶାବକର ଅତି ନିକଟକୁ ଯିବାରୁ ସେ ରାଗି ଯାଇଥିଲା। ଭୟଭୀତ ପର୍ଯ୍ୟଟକଙ୍କୁ ନେଇ ଶେଷରେ ଗାଡ଼ି ଚାଳକ ସଫାରି ବାହାରକୁ ଚାଲି ଆସିଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।