ପରୀକ୍ଷାର୍ଥୀଙ୍କୁ ଖାତାରେ ଶହେ ଟଙ୍କିଆ ନୋଟ୍‌ ରଖିବାକୁ ପରାମର୍ଶ ଦେଇ ପ୍ରିନ୍ସପାଲ୍‌ ଗିରଫ

ଲକ୍ଷ୍ନୌ,୨୦।୨: ଏବେ ଉତ୍ତରପ୍ରଦେଶ ସେକେଣ୍ଡାରୀ ଏଜୁକେଶନ ବୋର୍ଡ(ୟୁପିଏସ୍‌ଇବି) ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କ ଭଲ ନମ୍ବର ରଖିବା ପାଇଁ ଖାତାରେ ଶହେ ଟଙ୍କିଆ ନୋଟ୍‌ ରଖିବାକୁ ପରାମର୍ଶ ଦେଇଥିବା ଜଣେ ପ୍ରିନ୍ସପାଲ୍‌ଙ୍କୁ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସରକାର ଗିରଫ କରିଛନ୍ତି। ପ୍ରିନ୍ସପାଲ୍‌ ପ୍ରବୀଣ ମଲଙ୍କ ପ୍ରାୟ ୨ ମିନିଟ୍‌ର ଏକ ଭିଡ଼ିଓକୁ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲରେ ଅପଲୋଡ୍‌ କରିଥିଲେ। ଏହାପରେ ପ୍ରବୀଣଙ୍କୁ ବୁଧବାର ଗିରଫ କରାଯାଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ମାଉ ଜିଲାର ଏକ ଘରୋଇ ସ୍କୁଲରେ ପ୍ରିନ୍ସପାଲ୍‌ ଭାବେ କାର୍ଯ୍ୟ କରୁଥିବା ପ୍ରବୀଣ ଅଭିଭାବକଙ୍କ ଉପସ୍ଥିତିରେ ବୋର୍ଡ ପରୀକ୍ଷାରେ କିଭଳି କପି କରିହେବ ସେନେଇ ମଧ୍ୟ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।

Share