ପରିସ୍ରା ଯିବା ବାହାନା ଦେଖାଇ କଏଦୀ ଫେରାର

ନବରଙ୍ଗପୁର/ପାପଡାହାଣ୍ଡି, ୧୨।୧୧(ବି.ପ୍ର/ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ବିଚାରଧୀନ କଏଦୀ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ତାଙ୍କ ନାମ ଅରୁଣ ହରିଜନ। ତାଙ୍କ ଘର ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପଠାନଗୁଡା ବୋଲି ଜଣାପଡିଛି। ତାଙ୍କ ନାଁ ୩ଟି ମାମଲା ରହିଛି। ରବିବାର ନବରଙ୍ଗପୁର ପୋଲିସ ତାଙ୍କୁ ଗିରଫ କରି ପାପଡାହାଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲା। ମଙ୍ଗଳବାର ରାତିରେ ପରିସ୍ରା ଯିବା କହି ଅରୁଣ ଫେରାର ହୋଇଯାଇଥିଲେ ଥାନା ଆଇଆଇସି ଲିମରାଜ ପ୍ରଧାନ କହିଛନ୍ତି।

Share
Tags: Nabarangpur