Barinder Singh Sran of Sunrisers Hyderabad during match 34 of the Vivo IPL 2016 (Indian Premier League) between the Sunrisers Hyderabad and the Gujarat Lions held at the Rajiv Gandhi Intl. Cricket Stadium, Hyderabad on the 6th May 2016 Photo by Shaun Roy / IPL/ SPORTZPICS
ଚଣ୍ଡିଗଡ଼,୨୦।୯: ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଥିବା ବରିନ୍ଦର ସରନଙ୍କୁ ଆସନ୍ତା ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ପଞ୍ଜାବ ଦଳରେ ସ୍ଥାନ ମିଳି ନାହିଁ। ଏଥିଯୋଗୁ ସେ ଚଣ୍ଡିଗଡ଼ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ୨୬ ବର୍ଷୀୟ ପେସରଙ୍କୁ ନୋ ଅବଜେକଶନ ସାର୍ଟିଫିକେଟ ମିଳିସାରିଛି। ଏବେ ସେ କେନ୍ଦ୍ର ଶାସିତ ଅଞ୍ଚଳ ହରିୟାଣା ପାଇଁ ଖେଳିପାରିବେ। ଗତ ଦୁଇ ବର୍ଷ ହେଲା ସେ ଆଣ୍ଠୁ, ଗୋଇଠି ଓ ପାଦ ଜନିତ ଆହତ ସମସ୍ୟା ଦେଇ ଗତି କରୁଥିଲେ। ଅନ୍ତର୍ଜାତୀୟ ସ୍ତରରେ ୬ ଦିନିକିଆ ଓ ୨ ଟି୨୦ ମ୍ୟାଚ୍ ଖେଳିସାରିଛନ୍ତି। ସେମାନେ ଦଳରୁ ବାଦ୍ ପକାଇବା ପାଇଁ ମୋତେ କିଛି କାରଣ ଦର୍ଶାଇ ନାହାନ୍ତି। ଅତିକମ୍ରେ କ’ଣ ପାଇଁ ଦଳରୁ ମୋତେ ବାଦ୍ ଦିଆଗଲା, ତାହାର କାରଣ ଜାଣିବାକୁ ଯୋଗ୍ୟ। ଚୟନକର୍ତ୍ତା ମୋ ଫୋନ ଉଠାଉ ନାହାନ୍ତି। ମୋ ପାଖରେ କିଛି ବାଟ ନାହିଁ। ମୁଁ ପୂରା ସିଜନ ବେକାର କରିପାରିବି ନାହିଁ। ଉଲ୍ଲେଖଥାଉ କି, କିମ୍ବଦନ୍ତୀ ସୁଇଙ୍ଗ ବୋଲର ଜାହିର ଖାନଙ୍କ ସ୍ଥାନ ନେବା ପାଇଁ ସରନ ଶ୍ରେଷ୍ଠ ଏକଦା ବିକଳ୍ପ ବିବେଚିତ ହେଉଥିଲେ। ୨୦୧୫-୧୬ ସିଜନରେ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଲାଗି ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ଚଳିତ ବର୍ଷ ଆଇପିଏଲ ବେଳେ ସରନଙ୍କ ବୋଲିଂ ଶୈଳୀରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ବୋଲିଂ କୋଚ୍ ଜାହିର ଖାନ ପରିବର୍ତ୍ତନ ଆଣିଥିଲେ। ପୂର୍ବରୁ ବୋଲିଂ ବେଳେ ସରନଙ୍କ ଡାହାଣ ଗୋଡ଼ ଖୁବ୍ ଜୋରରେ ପିଚ୍ରେ ମାଡ଼ ହେଉଥିଲା। ଏଥିଯୋଗୁ ତାଙ୍କ ଗୋଇଠି, ପାଦ ଓ ଆଣ୍ଠୁରେ ଆଘାତ ଲାଗୁଥିଲା। ନୂଆ ଶୈଳୀ ସରନଙ୍କୁ ଆହତ ସମସ୍ୟାରୁ ବଞ୍ଚାଇବା ସହ ଗତିରେ ବୃଦ୍ଧି ହୋଇଛି।