CREATOR: gd-jpeg v1.0 (using IJG JPEG v62), quality = 100
ସମଗ୍ର ଦେଶ କରୋନା ଭାଇରସ ସହ ସଂଘର୍ଷ କରୁଥିବାବେଳେ, ଏହି ସମୟରେ ପୁଣି ଏକ ନୂଆ ସମସ୍ୟା ସାମ୍ନାକୁ ଆସିଛି। ସମସ୍ୟାଟି ହେଉଛି ପଙ୍ଗପାଳ। ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ହରିୟାଣା ପରେ ବର୍ତ୍ତମାନ ମହାରାଷ୍ଟ୍ର, ଉତ୍ତପ୍ରଦେଶ ଓ ପଞ୍ଜାବରେ ପଙ୍ଗପାଳ ଦଳ ବହୁ ପରିମାଣର ଫସଲକୁ ନଷ୍ଟ କରୁଛନ୍ତି। ପଙ୍ଗପାଳ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଅଭିନେତା ଧର୍ମେନ୍ଦ୍ର। ସେ ପଙ୍ଗପାଳଙ୍କ ଭିଡିଓ ଶେୟାର କରି ଲେଖିଛନ୍ତି, ‘ସାବଧାନ ରୁହ, ଆମେ ଏହି ସମସ୍ୟାର ସମ୍ମୁଖୀନ ହୋଇଛୁ। ସେହି ସମୟରେ ମୁଁ ଦଶମ ଶ୍ରେଣୀରେ ପାଠ ପଢୁଥିଲି। ସମସ୍ତ ଛାତ୍ରଙ୍କୁ ଏହାକୁ ମାରିବା ପାଇଁ ଡକାଯାଇଥଲା। ଦୟାକରି ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି।