India v Great Britain, National Hockey Arena, Auckland, New Zealand, Tuesday 4 February 2020. Photo: Simon Watts/www.bwmedia.co.nz
ଅକ୍ଲାଣ୍ଡ, ୫।୨(ପି.ଟି.)- ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ମହିଳା ହକି ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ଭାରତ ୧-୦ ଗୋଲରେ ଗ୍ରେଟ୍ ବ୍ରିଟେନକୁ ହରାଇଛି। ଅଧିନାୟିକ ରାଣୀ ରାମପଲ ଦଳ ତରଫରୁ ମ୍ୟାଚ୍ର ଏକମାତ୍ର ଗୋଲ ସ୍କୋର କରିଥିଲେ। ୪୭ତମ ମିନିଟ୍ରେ ରାଣୀ ଗୋଲ ସେ ଭାରତକୁ ଅଗ୍ରଣୀ କରାଥିଲେ। ଏହି ଗସ୍ତରେ ଭାରତ ପ୍ରଥମ ମ୍ୟାଚ୍ରେ ଆୟୋଜକ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ତେବେ ଏହାପରେ କ୍ରମାଗତ ଦୁଇଟି ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା।
ସାରା ମ୍ୟାଚ୍ରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଭାରତ। ତେବେ ଆରମ୍ଭରୁ ପେନାଲ୍ଟି କର୍ନର ମିଳିଥିଲେ ମଧ୍ୟ ଭାରତ ଏହାକୁ ଗୋଲରେ ପରିଣତ କରିପାରି ନ ଥିଲା। ସନ୍ତୁଳିତ ଡିଫେନ୍ସ ଓ ଟାଇଟ୍ ପାସିଂ କାରଣରୁ ଭାରତ ବ୍ରିଟନକୁ କୌଣସି ସୁଯୋଗ ଦେଇ ନ ଥିଲା। ଫଳରେ ପ୍ରତି ଆକ୍ରମଣ କରିବାରେ ବିଫଳ ହେବା ସହା ବ୍ରିଟେନ ସୁଯୋଗ ମଧ୍ୟ ସୃଷ୍ଟି କରିପାର ନ ଥିଲା। ଭାରତ ବହୁତ ସୁଯୋଗ ସୃଷ୍ଟି କରିଥିଲା। ତେବେ ଏଗୁଡିକୁ ଗୋଲରେ ରୁପାନ୍ତର କରିବାର ସମୟ ଆସି ପହଞ୍ଚିଛି ବୋଲି ଜୋଏର୍ଡ ମାରିଜନେ କହିଛନ୍ତି। ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଆଉ ଏକ ପେନାଲ୍ଟି ପାଇଥିଲେ ମଧ୍ୟ ଗୋଲରେ ପରିଣତ କରି ନ ଥିଲା। ତେବେ ୪୭ତମ ମିନିଟ୍ରେ ରାଣୀ ପ୍ରତିପକ୍ଷ ସର୍କଲରେ ସ୍ପେସ୍ ସୃଷ୍ଟି କରିବା ସହ ଜୋରଦାର ଶଟ୍ ମାରି ବ୍ରିଟେନ ଗୋଲକ ିପରଙ୍କୁ ଚକ୍ମା ଦେଇ ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ୧-୦ରେ ପଛରେ ପଡିବା ପରେ ବ୍ରିଟେନ ଚାପରେ ଥିଲା ଓ ଏଥିରୁ ମୁକୁଳି ପାରି ନ ଥିଲା। ମ୍ୟାଚ ଶେଷ ଆଡକୁ ଆମେ ମଧ୍ୟ ଚାପରେ ଥିଲୁ। କିନ୍ତୁ ଏହାକୁ ସଫଳତାର ସହ ହ୍ୟାଣ୍ଡଲ କରିଥିଲୁ। ଏହି ବିଜୟ ଦଳର ଆତ୍ମ ବିଶ୍ୱାସ ବୃଦ୍ଧି କରିବ। ବାକି ମ୍ୟାଚ୍ଗୁଡିକରେ ଭାରତ ପ୍ରଭାବ ବିସ୍ତାର କରି ଖେଳିବ। ବୁଧବାର ଭାରତ ଓ ବ୍ରିଟେନ ପୁଣି ଥରେ ପରସ୍ପରକୁ ଭେଟିବେ। ଦଳ ପେନାଲ୍ଟି କନଭରଶନ ଉପରେ ଅଧିକ ଧ୍ୟାନ ଦେବ ବୋଲି ମାରିଜନେ କହିଛନ୍ତି।