England's Ben Stokes stands on the field after the presentation after winning the Cricket World Cup final match between England and New Zealand at Lord's cricket ground in London, Sunday, July 14, 2019. England won after a super over after the scores ended tied after 50 overs each. (AP Photo/Matt Dunham)
ଅକ୍ଲାଣ୍ଡ,୧୯ା୭- ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ କରାଇବାରେ ମୁଖ୍ୟଭୂମିକ ଗ୍ରହଣ କରିଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ନ୍ୟୁଜିଲାଣ୍ଡର ଅଫ୍ ଦ ଇୟର ସମ୍ମାନ ଲାଗି ମନୋନୀତ କରାଯାଇଛି। ରନର୍ସଅପ୍ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ଓ୍ବିଲିୟମସନଙ୍କ ନାମ ମଧ୍ୟ ଏଥିଲାଗି ସୁପାରିସ ହୋଇଛି। ଷ୍ଟୋକ୍ସଙ୍କ ମ୍ୟାଚ୍ ବିଜୟୀ ୮୪ ରନ୍ର ଅପରାଜେୟ ଇନିଂସ ବଳରେ ଇଂଲଣ୍ଡ ୨୪୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ସୁପର ଓଭରରେ ମଧ୍ୟ ସେ ଚମତ୍କାର ବ୍ୟାଟିଂ କରିଥିଲେ। ନ୍ୟୁଜିଲାଣ୍ଡରେ ଜନ୍ମିତ ଷ୍ଟୋକ୍ସ ୧୨ ବର୍ଷ ବୟସରେ ପରିବାର ସହ ଇଂଲଣ୍ଡ ଚାଲିଯାଇଥିଲେ। ତାଙ୍କ ବାପା ଗେରାର୍ଡ ନ୍ୟୁଜିଲାଣ୍ଡ ଲାଗି ରଗ୍ବୀ ଖେଳିଥିଲେ। ପରେ ଇଂଲଣ୍ଡର କୋଚ୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେବେଠାରୁ ଷ୍ଟୋକ୍ସ ଇଂଲଣ୍ଡରେ ରହିଯାଇଥିଲେ। ନ୍ୟୁଜିଲାଣ୍ଡର ଅଫ୍ ଦ ଇୟର ଚୟନ କରୁଥିବା ବିଚାରକ କାମେରୋନ ବେନେଟ କହିଛନ୍ତି, ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ପାଇଁ ଖେଳୁ ନାହାନ୍ତି। ସେ ଖ୍ରୀଷ୍ଟଚର୍ଚ୍ଚ ଜନ୍ମ ହୋଇଥିଲେ। ସେଠାରେ ତାଙ୍କ ପରିବାରବର୍ଗ ରହୁଛନ୍ତି। ଆମ ଦେଶର କିଛି କିଓ୍ବି ରହିଛନ୍ତି, ଯେଉଁମାନେ ଷ୍ଟୋକ୍ସ ଏବେ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ଖେଳିପାରିବେ ବୋଲି ବିଶ୍ୱାସ କରନ୍ତି।