ନେପାଳ ବସ୍‌ ଦୁର୍ଘଟଣା: ମଳିପଡ଼ାର ଜଣେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୧୧।୬: କାଠମାଣ୍ଡୁ ବୁଲିବାକୁ ଯାଇଥିବାବେଳେ ନେପାଳରେ ଦୁଇ ତୀର୍ଥ ଯାତ୍ରୀଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଓଡ଼ିଆ ତୀର୍ଥଯାତ୍ରୀ। ଏଥିରୁ ଜଣେ ଖୋର୍ଦ୍ଧା ଜିଲା ଖୋର୍ଦ୍ଧା ବ୍ଲକ କଁପୁର ପଞ୍ଚାୟତ ମଳିପଡ଼ା ଉପରସାହିର ଚରଣ ବିଶ୍ୱାଳ ବୋଲି ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।