A woman walks in front of the closed Huanan wholesale seafood market, where health authorities say a man who died from a respiratory illness had purchased goods from, in the city of Wuhan, Hubei province, on January 12, 2020. - A 61-year-old man has become the first person to die in China from a respiratory illness believed caused by a new virus from the same family as SARS, which claimed hundreds of lives more than a decade ago, authorities said. (Photo by Noel Celis / AFP) (Photo by NOEL CELIS/AFP via Getty Images)
କାଠମାଣ୍ଡୁ,୨୪।୧: ଚାଇନାର ଉହାନ ସହରରୁ ଆସିଥିବା ଜଣେ ଛାତ୍ରଙ୍କ ନିକଟରେ କୋରୋନା ଭାଇରସ ପଜିଟିଭ ଥିବା ଚିହ୍ନଟ ହୋଇଛି। ନେପାଳ ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ଭାଇରସ ଗତବର୍ଷ ଡିସେମ୍ବରରେ ଚାଇନାର ଉହାନ ସହରରେ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ସାଉଥ୍ କୋରିଆ, ଜାପାନା, ତାଇଓ୍ବାନ ଓ ଥାଇଲାଣ୍ଡକୁ ବ୍ୟାପି ଗଲାଣି। ଏହାକୁ ଦେଖି ବିଭନ୍ନ ଦେଶରେ ଚାଇନାରୁ ଆସୁଥିବା ଲୋକେ ଓ ଚାଇନା ଗସ୍ତ କରୁଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏମିତିକି ଭାରତ ଚାଇନାରେ ପାଳନ କରିବାକୁ ଥିବା ସାଧାରଣତନ୍ତ୍ର ଦିବସକୁ ବାତିଲ କରିଦେଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଚାଇନାରେ କୋରୋନା ଭାଇରସରେ ଶୁକ୍ରବାର ସୁଦ୍ଧା ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।