ନୂଆବର୍ଷରେ ବଡ଼ ପରଦାକୁ ଫେରି ପାରନ୍ତି ଶାହାରୁଖ

ମୁମ୍ବାଇ: ବେଶ୍‌ କିଛି ଦିନ ବଡ ପରଦାରୁ ଦୂରେଇ ରହିଥିବା ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ ଖୁବ୍‌ଶୀଘ୍ର ବଡ ପରଦାକୁ ଫେରି ପାରନ୍ତି ବୋଲି ଶୁଣିବାକୁ ମିଳିଛି। କିଛିଦିନ ହେବ ଶାହାରୁଖଙ୍କ ହାତରେ କୌଣସି ଅଫର୍‌ ନ ଥିବା ବେଳେ ଏବେ ପୁଣିଥରେ ସେ ବଡ଼ ପରଦାକୁ ଫେରୁଥିବା ଖବର ଜାଣିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ଆନନ୍ଦ ଖେଳିଯାଇଛି। କୁହାଯାଉଛି କି ଆସନ୍ତା ବର୍ଷ ୨-୩ ଜଣ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଶାହାରୁଖଙ୍କୁ ଅଫର୍‌ ମିଳିଛି। ଯଦିଓ ପ୍ରୋଜେକ୍ଟ ବିଷୟରେ ସେମିତି କିଛି ସ୍ପଷ୍ଟ ସୂଚନା ମିଳିନାହିଁ ତେବେ ଏଟଲି କୁମାର, ରାଜ ଆଣ୍ଡ ଡିକେ ଓ ରାଜକୁମାର ହିରାନିଙ୍କ ଭଳି ନିର୍ଦ୍ଦେଶକଙ୍କ ସହ ଶାହରୁଖ କାମ କରିବେ ବୋଲି ଜଣାପଡିଛି। ଯେତେସବୁ ପ୍ରୋଜେକ୍ଟରେ ଶାହାରୁଖ କାମ କରିବାର ଯୋଜନା ରହିଛି ଏହି ସମସ୍ତ ଫିଲ୍ମ ୨୦୨୦ରେ ନିର୍ମାଣ କରାଯାଉଥିବା ବେଳେ ୨୦୨୧ରେ ଏହାର ରିଲିଜ୍‌ ହେବ ବୋଲି ସୂଚନା ମିଳିଛି। ସଞ୍ଜୁ, ପିକେ, ଥ୍ରୀ ଇଡିଅଟ୍ସ ଭଳି ହିଟ୍‌ ଫିଲ୍ମ ଦେଇଥିବା ରାଜକୁମାର ହିରାନୀଙ୍କ ସହ ଯଦି ଶାହାରୁଖ କାମ କରନ୍ତି ତେବେ ଏହା ରାଜକୁମାରଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ ହେବ ବୋଲି କୁହାଯାଉଛି।