Close up of male hands in bracelets behind back
ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ନିଶା ଖାଇବାକୁ ଟଙ୍କା ନ ଦେବାରୁ ମାଆଙ୍କୁ ମାଡ଼ ମାରିଛନ୍ତି ପୁଅ। କ୍ୟାପିଟାଲ ଥାନା ପୋଲିସ ଏହି ଅଭିଯୁକ୍ତ ପୁଅଙ୍କୁ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ସଡକ ବସ୍ତି ଅଞ୍ଚଳରେ ରହୁଥିବା ଦିଲୀପ ନାୟକ (୨୬)। ସୂଚନା ମୁତାବକ, ଅଭିଯୁକ୍ତ ଦିଲୀପ ସବୁଦିନ ନିଶା ଖାଆନ୍ତି। ଏଥିପାଇଁ ଘରେ ଟଙ୍କା ନ ଦେଲେ ଅନେକ ସମୟରେ ପାଟିତୁଣ୍ଡ ଫିଙ୍ଗା ଫୋପଡା କରନ୍ତି। ରବିବାର ସକାଳେ ଦିଲୀପ ମଦ ଖାଇବାକୁ ମାଆଙ୍କୁ ଟଙ୍କା ମାଗିଥିଲା। ମାତ୍ର ଘରେ ଟଙ୍କା ନ ଥିବାରୁ ମାଆ ଦେଇପାରି ନ ଥିଲେ। ଏଥିରେ ଉତ୍ତେଜିତ ହୋଇ ଦିଲୀପ ତାଙ୍କୁ ମାଡ଼ ମାରିଥିଲେ। ଦିନକୁ ଦିନ ଦିଲୀପଙ୍କ ଏପରି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଶେଷରେ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୪୧୭/୧୯ରେ ଏକ ମାମଲା ରୁଜୁ କରି ଦିଲୀପଙ୍କୁ ଗିରଫ କରିଛି। ପଚରା ଉଚରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।