ନିଲାମ ହେବ ୪୧ କୋଇଲା ବ୍ଲକ୍‌: ୨୦୩୦ ସୁଦ୍ଧା କୋଇଲା ଉତ୍ପାଦନରେ ଭାରତ ହେବ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ,୧୭।୭: ଖୁବ୍‌ ଶୀଘ୍ର ଦେଶର ୪୧ଟି କୋଇଲା ବ୍ଲକ୍‌ ନିଲାମ କରାଯିବ। ଏନେଇ ଏକ ପ୍ରଶ୍ନର ଉତ୍ତରରେ ଲୋକ ସଭାରେ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଦେଶରେ କୋଇଲାର ଚାହିଦା ବଢିବାରେ ଲାଗିଛି। ତେବେ ଉତ୍ପାଦନ କ୍ଷମତା ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। କୋଇଲା ବ୍ଲକ୍‌ ବିକ୍ରି ପରେ ଉତ୍ପାଦନ ହାର ବୃଦ୍ଧି ପାଇବ। ଏହାଦ୍ୱାରା ଆଗାମୀ ୨୦୩୦ ସୁଦ୍ଧା ଭାରତ କୋଇଲା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି।

Share