ନିର୍ଭୟା ମାମଲା: ପଓ୍ବନଙ୍କ ଆବେଦନ ଖାରଜ, କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଓକିଲଙ୍କ ଉପରେ ଲାଗିଲା ଜରିମାନା

ନୂଆଦିଲ୍ଲୀ,୧୯।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ଫାଶୀ ଦଣ୍ଡକୁ ସମ୍ନା କରୁଥିବା ୪ ଦୋଷୀଙ୍କ ମଧ୍ୟରୁ ପଓ୍ବନ କୁମାର ଗୁପ୍ତା ବୁଧବାର ୨୦୧୨ରେ ସେ ଜଣେ ନାବଳାକ ଦର୍ଶାଇ କୋର୍ଟରେ ଆବେଦନ କରିଥିଲେ। ଗୁରୁବାର ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ପଓ୍ବନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାସହ କୋର୍ଟଙ୍କ ମୂଲ୍ୟବାନ ସମୟ ନଷ୍ଟ କରିଥିବାରୁ ଦୋଷୀଙ୍କ ଓକିଲ ଏପି ସିଂଙ୍କ ଉପରେ ୨୫ହଜାର ଟଙ୍କାର ଜରିମାନା ମଧ୍ୟ କରିଛନ୍ତି। ଏହାସହ ଦିଲ୍ଲୀ ବାର୍‌ କାଉନସିଲ ସିଂଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ କହିଛନ୍ତି।

Share