New Delhi, Jan 24 (ANI): Deputy Chief Minister Manish Sisodia speaks at a press conference in New Delhi on Friday. (ANI PHOTO)
ନୂଆଦିଲ୍ଲୀ,୨୪।୧: ବହୁ ଚର୍ଚ୍ଚିତ ୨୦୧୨ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ଫାଶୀ ତାରିଖକୁ ଘୁଞ୍ଚାଇ ଦେବାକୁ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ କୌଶଳ କରୁଛନ୍ତି ବୋଲି ଶୁକ୍ରବାର କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ। ଏହାସହ ଓକିଲ ନ୍ୟାୟ ବ୍ୟବସ୍ଥାର ମଜା ଉଡାଉଛନ୍ତି ବୋଲି ହିନ୍ଦୀରେ ଟୁଇଟ୍ କରି ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ନିର୍ଭୟା ମାମଲାରେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ତିହାର ଜେଲ ପ୍ରଶାସନ ଉପରେ ଦୋଷଲଦି ଏକ ଅଭିଯୋଗ ଦାଖଲ କରିଛନ୍ତି। ସେ କହିଛନ୍ତି ଦୋଷୀଙ୍କ କ୍ୟୁରେଟିଭ ପିଟିଶନ ଓ କ୍ଷମା ଆବେଦନ କରିବାକୁ ଯେଉଁସବୁ କାଗଜପତ୍ର ଆବଶ୍ୟକ ତାକୁ ଏପର୍ଯ୍ୟନ୍ତ ତିହାର ଜେଲ ପକ୍ଷରୁ ତାଙ୍କୁ ମିଳିପାରି ନାହିଁ। ତେବେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଆସନ୍ତା ଫେବୃୟାରୀ ୨ ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏପି ସିଂଙ୍କ ଆବେଦନ ପରେ ଏହି ତାରିଖ ହୁଏତ ଘୁଞ୍ଚିଯାଇପାରେ ବୋଲି ଆଲୋଚନା ହେଲାଣି। କାରଣ ପୂର୍ବରୁ ଏମାନଙ୍କୁ ଫାଶୀ ଦେବାର ତାରିଖ ଜାନୁୟାରୀ ୨୨ ନିର୍ଦ୍ଧାରଣ କରାଯାଇଥିବା ବେଳେ ଆଇନଗତ କାରଣ ଯୋଗୁ ଏହାକୁ ପୁଣିଥରେ ଫେବୃୟାରୀ ୧କୁ ଘୁଞ୍ଚାଇ ଦିଆଯାଇଛି।