ନିର୍ବାଚନୀ ପରବର୍ତ୍ତୀ ହିଂସା : ବୋମାମାଡ଼, ୬ ଆହତ

ବ୍ରହ୍ମଗିରି,୨୬ା୫(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ନିର୍ବାଚନରେ ହାରଜିତ୍‌କୁ କେନ୍ଦ୍ର କରି ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଭାଟପଡ଼ା ଗ୍ରାମରେ ଘନଘନ ବୋମାମାଡ଼ରେ ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁରୀ ସଦର ପୋଲିସ ମୁତୟନ ରହିଛି।