EDITORIAL USE ONLY. NO MERCHANDISING Mandatory Credit: Photo by Ken McKay/ITV/REX/Shutterstock (5460129be) Shah Rukh Khan 'This Morning' TV Programme, London, Britain - 01 Dec 2015 Shah Rukh Khan We meet the King of Bollywood cinema.
ମୁମ୍ବାଇ: ବଲିଉଡ୍ ବାଦଶାହା ଶହାରୁଖ ଖାଁ ଏବେ ଆମେରିକାରେ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଏତିକିବେଳେ ସେ ଟକିଙ୍ଗ ମୁଭିଜ୍ ନାମକ ଏକ ଶୋ’ରେ ସାକ୍ଷାତ୍କାର ଦେଇଥିବା ବେଳେ ତାଙ୍କର କିଛି କଥା ଚର୍ଚ୍ଚାକୁ ଆସିଛି। ଶାହାରୁଖ ଉକ୍ତ ଶୋ’ରେ କହିଛନ୍ତି ସେ ନିର୍ଦ୍ଦେଶକ ହେବାକୁ ଭୟ କରନ୍ତି। କାରଣ ନିର୍ଦ୍ଦେଶକ ହେବା ଅର୍ଥ ହେଉଛି ଏକୁଟିଆ ବସି କାମ କରିବା। ତେଣୁ ଅଭିନେତା ହିସାବରେ ସେ ଯେତିକି ଏକେଲାପଣ ଅନୁଭବ କରନ୍ତି ନିର୍ଦ୍ଦେଶକ ହେଲେ ସେ ବଞ୍ଚି ପାରିବେ ନାହିଁ ବୋଲି କହିଛନ୍ତି। କେବଳ ସେତିକି ନୁହେଁ ଜଣେ ନିର୍ଦ୍ଦେଶକ ଫିଲ୍ମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ବହନ କରି ଥାଆନ୍ତି। ଶୁଟି ସେଟ୍ରୁ ଆରମ୍ଭ କରି ଅଭିନେତ୍ରୀ ଅଭିନେତାଙ୍କ ଡାଏଲଗ କହିବା, ଅନ୍ଧାର ଘରେ ପସି ଏଡିଟିଂ କରିବା, ଫିଲ୍ମ ହିଟ୍ ହେଲା କି ଫ୍ଲପ୍ ହେଲା ସବୁ ତାଙ୍କ ମୁଣ୍ଡରେ ଯାଇଥାଏ। ତେଣୁ ଏହା ଏକ କଠିନ କାମ ବୋଲି ସେ କହିଛନ୍ତି। ଏହାକୁ ସେ ଆଦୌ କରିପାରିବେ ନାହିଁ। ତେଣୁ ଭବିଷଷ୍ୟତରେ ସେ କେବେବି ନିର୍ଦ୍ଦେଶକ ହେବାକୁ ଲକ୍ଷ୍ୟ ରଖି ନ ଥିବା ପ୍ରକାଶ କରିଛନ୍ତି। ବେଶ୍ କିଛିଦିନ ହେବ ବଡ ପରଦାରେ ଲଗାତାର ତାଙ୍କ ଫ୍ଲପ୍ ଫିଲ୍ମ ଦେବାପରେ ଏବେ ସେ ଏକ ପ୍ରକାର ବଡ ପରଦାରୁ ଦୂରେଇ ଯାଇଛନ୍ତି କହିଲେ ଚଳେ। ହେଲ ସେ ପୁଣିଥରେ ବଡ ପରଦାକୁ ଶୀଘ୍ର ଫେରିବେ ବୋଲି ଜଣାପଡିଛି।