Categories: ବାଣିଜ୍ୟ

ନିଟ୍‌ରେ ଜ୍ଞାନ ବିକାଶ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୯-୬(ବ୍ୟୁରୋ): ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଜ୍ଞାନ ବିକାଶର ଛାତ୍ରୀଛାତ୍ର ସର୍ବଭାରତୀୟ ମେଡିକାଲ ପ୍ରବେଶିକା ନିଟ୍‌ରେ ଉଲେଖନୀୟ ପ୍ରଦର୍ଶନ କରିଛନ୍ତି। ଗୁଣାତ୍ମକ ଶିକ୍ଷା ପ୍ରଣାଳୀ, ଅଭିଜ୍ଞ ଫାକଲଟିଙ୍କ ଦ୍ୱାରା ଶିକ୍ଷାଦାନ ଫଳରେ ଚଳିତ ବର୍ଷ ଛାତ୍ରୀଛାତ୍ର ଉନ୍ନତ ପ୍ରଦର୍ଶନଧାରା ଜାରି ରଖିଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି। ମୋଟ ୬୦ ଛାତ୍ରୀଛାତ୍ର ବିଶିଷ୍ଟ ବ୍ୟାଚରୁ ୨୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଜାତୀୟ ସ୍ତରରେ ଉନ୍ନତ ର଼୍ୟାଙ୍କ ରଖିବାକୁ ସକ୍ଷମ ହୋଇଛନ୍ତି। ନିଟ୍‌ରେ ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ଏହି ଫଳାଫଳ ଏକ ବଡ ସଫଳତା। ଏହାକୁ ନେଇ ଗୌରବାନ୍ବିତ ବୋଲି ଜ୍ଞାନ ବିକାଶର ସିଇଓ ମୟୂରୀ ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି। ନିଟ୍‌ ପରୀକ୍ଷାର ପ୍ରତି ଦିଗ ଉପରେ ଛାତ୍ରୀଛାତ୍ରଙ୍କୁ ସଜାଗ କରିବା ଉପରେ ପଦକ୍ଷେପ ନେଉଛୁ ବୋଲି ଅନୁଷ୍ଠାନର ପାର୍ଟନର ବିକାଶ କୁମାର ସିଂ କହିଛନ୍ତି। ସେହିଭଳି ଛାତ୍ରୀଛାତ୍ରଙ୍କ ଦ୍ୱନ୍ଦ୍ୱ ଦୂରୀକରଣ ଲାଗି ଫାକଲଟି ସର୍ବଦା ସଜାଗ ରହିଥିବା ପାର୍ଟନର ଅଙ୍କମ ଗଙ୍ଗାଧର ସୂଚନା ଦେଇଛନ୍ତି।

Share
Tags: ineet