Categories: ଅନୁଗୋଳ

ନାରାୟଣୀ କଲେଜରେ ତିନି ଦିନ ଧରି ବିଦ୍ୟୁତ୍‌ ସେବା ବନ୍ଦ: କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ କଲେ ଛାତ୍ରୀଛାତ୍ର

ବଅଁରପାଳ,୮।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଅରାହାଟ ନାରାୟଣୀ କଲେଜରେ ଗତ ତିନି ଦିନ ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିଛି। କଲେଜ ନିକଟରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିବା ଯୋଗୁ ଏପରି ହୋଇଛି। ମରାମତି ପାଇଁ କଲେଜ କର୍ତ୍ତୃପକ୍ଷ ବିଦ୍ୟୁତ୍‌ ବିଭାଗ ନିକଟରେ ଅଭିଯୋଗ କରିଥିଲେ ହେଁ ମରାମତି ହୋଇନାହିଁ। ଏହାକୁ ପ୍ରତିବାଦ କରି ଶନିବାର ସକାଳେ କଲେଜର ସମସ୍ତ ଛାତ୍ରୀଛାତ୍ର ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପହଞ୍ଚି କନିଷ୍ଠ ଯନ୍ତ୍ରୀଙ୍କ ଅଫିସକୁ ଘେରାଉ କରିଥିଲେ। ଦୀର୍ଘ ୨ ଘଣ୍ଟା ଧରି ସେମାନେ ଘେରାଉ କରିଥିବା ଜଣାପଡ଼ିଛି।