ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଦେବେନ୍ଦ୍ର ନାୟକ(୫୮)। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଦେବେନ୍ଦ୍ର ନିଜ ନାବାଳିକା ଝିଅ ମାଧ୍ୟମରେ ଅନ୍ୟ ଜଣେ ୧୫ ବର୍ଷର ନାବାଳିକାଙ୍କୁୁ ଘରକୁ ଡାକି ଦୀର୍ଘ ଦିନ ହେଲା ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା।

Dharitri – Odisha’s No.1 Odia Daily

Share