stop violence children and abuse in family concept
ଗଞ୍ଜାମ,୨୯ା୬(ଡି.ଏନ.ଏ.)-ଗଞ୍ଜାମ ସହରସ୍ଥିତ ତ୍ରିବେଣୀ ମଠଛକଠାରେ ଶୁକ୍ରବାର ଅସହାୟ ଭାବେ ବୁଲୁଥିବା ଜଣେ ନାବାଳିକା (୧୫ବର୍ଷ)ଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ନାବାଳିକା ଜଣକ ମଠଛକ ଠାରେ ଏକାକୀ ବୁଲୁଥିଲେ। ସ୍ଥାନୀୟ ଅଞ୍ଚଳର ସକ୍ଷମ ସଭାପତି ବସନ୍ତ କୁମାର ସାହୁ, ଭରସା ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀ, ପ୍ରଭାତ କୁମାର ସାହୁ, ମୁରଲୀ ରେଡ୍ଡୀ, ଶ୍ୟାମା ରେଡ୍ଡୀ ପ୍ରମୁଖ ତାଙ୍କୁ ଅସହାୟ ଅବସ୍ଥାରେ ଦେଖି ବ୍ରହ୍ମପୁର ଚାଇଲ୍ଡ ଲାଇନକୁ ଜଣାଇଥିଲେ। ଚାଇଲ୍ଡ ଲାଇନର ରଞ୍ଜିତ ବେହେରା, ନୃସିଂହ ପାଣିଗ୍ରାହୀ ଓ ଟିମ୍ ସଦସ୍ୟ ଲତିକା ଦଳାଇ, ସଂଯୋଜିକା ତଅପୋଇ ସାହୁ ପ୍ରମୁଖ ଗଞ୍ଜାମରେ ପହଞ୍ଚତ୍ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ନାବାଳିକାଙ୍କ ଘର ବୌଦ୍ଧ ଜିଲାରେ ବୋଲି ଜଣାପଡିଛି।