Categories: ଅନୁଗୋଳ

ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲା: ୨୦ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୨୨।୧୨- ଅନୁଗୋଳ ଜିଲା ବଅଁରପାଳ ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲାର ବିଚାର କରି ଶନିବାର ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ଅଭିଯୁକ୍ତ ରସାନନ୍ଦ ବେହେରା(୪୫)ଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମୋଟ୍‌ ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଯାଇଛି। ସମ୍ପୃକ୍ତା ନାବାଳିକାଙ୍କ ମା’ ଓ ବାପା ଦିନ ମଜୁରିଆ ଭାବେ କାମ କରୁଥିବାରୁ ଅଧିକାଂଶ ସମୟ ଘରେ ରହୁ ନ ଥିଲେ। ଏହାର ସୁଯୋଗ ନେଇ ରସାନନ୍ଦ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଜଣଙ୍କ ଗର୍ଭବତୀ ହେବା ଜଣାପଡ଼ିବା ପରେ ଅଭିଯୁକ୍ତ ତାଙ୍କୁ ନାଲି ଆଖି ଦେଖାଇବା ସହ ହତ୍ୟା ଧମକ ଦେଉଥିଲେ। ଏ ନେଇ ନାବାଳିକାଙ୍କ ମା ଓ ବାପା ବଅଁରପାଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।