ନାବଳିକାଙ୍କୁ ଉଦ୍ଧାର କଲା ପୋଲିସ, ଅପହର୍ତ୍ତା ଗିରଫ

ବିଞ୍ଝାରପୁର,୧୧।୧୨(ଡି.ଏନ୍‌.ଏ.)- ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳୋ ଗ୍ରାମର ଜୈନିକା ୧୪ବର୍ଷୀୟା ନାବାଳିକାଙ୍କୁ ସେହି ଗ୍ରାମର ଅମୀୟ ମଲ୍ଲିକ ପ୍ରଲୋଭନ ଦେଖାଇ ଗତ ୭ ତାରିଖରେ ଅପହରଣ କରିନେଇଥିଲେ। ଏନେଇ ନାବାଳିକାଙ୍କ ମା’ ବିଞ୍ଝାରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ. ୩୫୩/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୋମବାର ରାତିରେ ଥାନା ଅଧିକାରୀ ଶିବ ଚରଣ ବେହେରା କୌଣସିସୂତ୍ରରୁ ଖବରପାଇ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଗଣେଶ୍ୱରପୁରଠାରେ ଚଢ଼ାଉ କରି ଅପହର୍ତ୍ତା ଅମୀୟଙ୍କୁ ଗିରଫ କରିବା ସହିତ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ମଙ୍ଗଳବାର ଉଭୟଙ୍କ ଡାକ୍ତରୀମାଇନା କରାଯିବା ପରେ ପୋଲିସ ଅଭିଯୁକ୍ତ ଅମୀୟଙ୍କୁ କୋର୍ଟ ଚାଲାଣ କରିଛି।

Share
Tags: jajpur