Boxer Akhil Kumar selected for Asian Games 2014 during selection trials at SAI NSNIS in Patiala on Wednesday, August 27 2014. Express photo by Jasbir Malhi
ନୂଆଦିଲ୍ଳୀ,୧୨।୫(ପି.ଟି.): ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ବକ୍ସର ଅଖିଲ୍ କୁମାରଙ୍କୁ ପୁଣି ଥରେ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଶୃଙ୍ଖଳାଗତ କମିଟିରେ ପୁଣିଥରେ ସାମିଲ କରାଯାଇଛି। ଅଖିଲ୍ ମଧ୍ୟ ହରିୟାଣା ପୋଲିସ୍ ବିଭାଗରେ ଗୁରୁଗ୍ରାମ୍ରେ ଏସିପି ଭାବେ କାର୍ଯ୍ୟକରୁଛନ୍ତି। ସେ ପୂର୍ବରୁ ୨୦୧୭ରୁ ୨୦୧୯ ମଧ୍ୟରେ ଏହି ପ୍ୟାନେଲରେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇ ନାହିଁ। ତାଙ୍କୁ ପୁଣି ଏହି ପ୍ୟାନେଲରେ ସାମିଲ କରାଯାଇଛି ବୋଲି ନାଡା ଡାଇରେକ୍ଟର ଜେନେରାଲ ନବୀନ ଅଗ୍ରଓ୍ବାଲ କହିଛନ୍ତି।
ଅର୍ଜୁନ ପୁରସ୍କାର ପ୍ରାପ୍ତ ଏହି ଭାରତୀୟ ଅଲିମ୍ପିଆନ ବକ୍ସିଂ ପାଇଁ ୨୦୧୭ରୁ ୨୦୧୯ ମଧ୍ୟରେ ସରକାରଙ୍କ ଅବଜରଭର ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ପୂର୍ବରୁ ଏହି ପ୍ୟାନେଲର ସଦସ୍ୟ ଥିଲି ଓ ପୁଣି ଥରେ ମୋତେ ଏଥିରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିଛି। ଦାୟିତ୍ୱ ସମ୍ପାଦନ କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ବୋଲି ୩୯ବର୍ଷୀୟ ଅଖିଲ୍ କହିଛନ୍ତି। ପୂର୍ବରୁ ସେ ଡୋପିଂକୁ କାନୁନ୍ ଅନୁସାରେ ଅପରାଧ ବୋଲି ଘୋଷଣା କରିବାକୁ ମତ ରଖିଥିଲେ। ଏହି ପ୍ୟାନେଲରେ ଅର୍ଜୁନ ପୁରସ୍କାର ବିଜେତା ତଥା ଟ୍ରାକ୍ ଆଣ୍ଡ୍ ଫିଲ୍ଡ ତାରକା ଆଥଲେଟ୍ ଅଶ୍ୱିନୀ ନାଚାପ୍ପାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।