New York: Rafael Nadal, of Spain, reacts after defeating Diego Schwartzman, of Argentina, during the quarterfinals of the U.S. Open tennis tournament, early Thursday, Sept. 5, 2019, in New York. AP/PTI(AP9_5_2019_000025B)
ନ୍ୟୁୟର୍କ, ୬|୯ (ଏଏଫ୍ପି)-ରାଫାଲ ନାଡାଲ ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ ୨୦ତମ ସିଡ୍ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କ ବିପକ୍ଷରେ ୬-୪, ୭-୫, ୬-୨ ସେଟ୍ରେ ବିଜୟ ହାସଲ କରିଛନ୍ତି। ଏଠାରେ ୩ ଥର ଚାମ୍ପିୟନ ଦ୍ୱିତୀୟ ସିଡ୍ ନାଡାଲ ବର୍ତ୍ତମାନ ଇଟାଲିର ମ୍ୟାଟିଓ ବର୍ଟେନିଙ୍କୁ ଭେଟିବେ। ଅନ୍ୟପକ୍ଷରେ ବିନାକା ଆଣ୍ଡ୍ରେସ୍କୁ ଦଶନ୍ଧିରେ ପ୍ରଥମ ସ୍ବଳ୍ପବୟସ୍କା ଖେଳାଳି ଭାବେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍ସର ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଏହି ୧୯ ବର୍ଷୀୟା ଖେଳାଳି ବେଲଜିୟମର ଏଲିସି ମର୍ଟେନଙ୍କୁ ୩-୬, ୬-୨, ୬-୩ ସେଟରେ ପରାସ୍ତ କରିଛନ୍ତି। ସେମିଫାଇନାଲରେ ସେ ବେଲିଣ୍ଡା ବେନସିକ୍ଙ୍କୁ ଭେଟିବେ। ୧୩ତମ ସିଡ୍ ସୁଇଜରଲାଣ୍ଡର ବେନ୍ସିକ୍ କ୍ୱାର୍ଟର ଫାଇନାଲରେ କ୍ରୋଏସିଆର ଡୋନା ଭେକିକ୍ଙ୍କୁ ହରାଇ ଦେଇଛନ୍ତି।