The dead man's body. Focus on hand
ଭବାନୀପାଟଣା,୧୧।୮(ଡି.ଏନ୍.ଏ.): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ନାଗାବଳୀ ନଦୀପଠାରୁ ଜନୈକା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ ରାମପୁର ବ୍ଲକଫାଜିଖାଲ ଗ୍ରାମର ବେହେରା ମାଝିଙ୍କ ସ୍ତ୍ରୀ ସିନ୍ଧୁ ମାଝି (୨୫) ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ସିନ୍ଧୁ ବୁଧବାର ଘାସ ବାଛି ଫେରୁଥିବା ବେଳେ ଗ୍ରାମ ନିକଟସ୍ଥ ପିଡିଶାଲ ନାଳ ପାରି ହେଉଥିବା ସମୟରେ ଗୋଡ଼ ଖସି ପାଣିରେ ପଡ଼ିଯାଇଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ତେବେ ରବିବାର ତାହମୁଣ୍ଡା ଗ୍ରାମର କିଛି ଲୋକ ନଦୀରୁ ମାଛ ଧରି ଫେରୁଥିବା ବେଳେ ନଦୀପଠାରେ ମୃତଦେହ ପଡ଼ିଥିବା ଦେଖି ସରପଞ୍ଚ ରଘୁ କାଡ୍ରାକାଙ୍କୁ ଜଣାଇଥିଲେ। ପରେ ସରପଞ୍ଚଙ୍କଠାରୁ ଖବର ପାଇ ଅଗ୍ନିଶମ ବିଭାଗ ଓ ଥାନା ଏସ୍ଆଇ କୁନିଶବର, ଏଏସ୍ଆଇ ସନ୍ତୋଷ କୁମାର ଶିରିକା ପହଞ୍ଚି ବାଲିରେ ଅଧା ପୋତି ହୋଇଥିବା ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି।