India's Mahendra Singh Dhoni runs on the pitch during the 2019 Cricket World Cup group stage match between India and Afghanistan at the Rose Bowl in Southampton, southern England, on June 22, 2019. (Photo by SAEED KHAN / AFP) / RESTRICTED TO EDITORIAL USE (Photo credit should read SAEED KHAN/AFP/Getty Images)
ମୁମ୍ବାଇ,୧୮।୪ (ପି.ଟି.)- ଇଂଲଣ୍ଡ ପୂର୍ବତନ ତାରକା ବ୍ୟାଟ୍ସମ୍ୟାନ କେଭିନ ପିଟରସନ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଧୋନୀ ବିଶ୍ୱରେ ଶ୍ରେଷ୍ଠ ଅଧିନାୟକ ବୋଲି ସେ ମତ ଦେଇଛନ୍ତି। ଦୁଇଟି ବିଶ୍ୱକପ୍ ଜିତିଥିବା ଧୋନୀଙ୍କୁ ବିନା ଦ୍ୱିଧାରେ ନେତୃତ୍ୱ ନେବାରେ ଶ୍ରେଷ୍ଠ କୁହାଯାଇପାରେ ବୋଲି ସେ କହିଛନ୍ତି। ଧୋନୀଙ୍କ ମହାନତା ନେଇ ଯୁକ୍ତି କରିବା ନିହାତି କଷ୍ଟକର। ଧୋନୀଙ୍କ ଉପରେ ପ୍ରଶଂସକଙ୍କ ବହୁତ ଆଶା ଥାଏ। ଭାରତ ଓ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍ )ର ନେତୃତ୍ୱ ନେବା ଓ ଏଥିସହିତ ନିଜ ଜୀବନ ଜିଇବା ଆଦୌ ସହଜ ନୁହଁ ବୋଲି ୧୦୪ଟି ଟେଷ୍ଟ ଖେଳିଥିବା ପିଟରସନ କହିଛନ୍ତି। ଧୋନୀଙ୍କ ନେତୃତ୍ୱରେ ଭାରତ ଅସାଧାରଣ ସଫଳତା ହାସଲ କରିଛି। ତାଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି୨୦ ବଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ୍ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଭାରତ ମଧ୍ୟ ତାଙ୍କ ନେୃତ୍ୱରେ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ତେବେ ଇଂଲଣ୍ଡରେ ଗତ ଜୁଲାଇରେ ଅନୁଷ୍ଠିତ ବିଶ୍ୱକପ୍ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରିବା ପରେ ଧୋନୀ ଆଉ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି। ଧୋନୀ ଚେନ୍ନାଇର ନେତୃତ୍ୱ ନେଇ ଆଇପିଏଲ୍ରେ ୩ ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ୨୦୧୦, ୨୦୧୧ ଓ ୨୦୧୮ରେ ଚେନ୍ନାଇ ଧୋନୀଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଥିଲା। କୋଭିଡ୍-୧୯ ସଂକ୍ରମଣ କାରଣରୁ ଆଇପିଏଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଥିଲା। ଧୋନୀ ଏପର୍ଯ୍ୟନ୍ତ ୯୦ଟି ଟେଷ୍ଟ, ୩୫୦ଟି ଦିନିକିଆ ଓ ୯୮ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିଛନ୍ତି।