Categories: Home Leftଖେଳ

ଧୋନୀଙ୍କ ୭ ନଂ ଜର୍ସି ପଛର କାରଣ

ଚେନ୍ନାଇ,୨୩।୮: ମହେନ୍ଦ୍ର ସିଂ ଧୋନୀ ଦେଶର ସଫଳ ତଥା ଲୋକପ୍ରିୟ କ୍ରିକେଟ ଅଧିନାୟକ। ସେ ସର୍ବଦା ୭ ନଂ ଜର୍ସି ପିନ୍ଧନ୍ତି। ଏହାର କାରଣ ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ। ତେବେ ଧୋନୀ ତାଙ୍କର ଜନ୍ମ ତାରିଖକୁ ଲକି ବୋଲି ମନେକରନ୍ତି। ଭେଟେରାନ ଉଇକେଟକିପର ୧୯୮୧ ଜୁଲାଇ ୭ ତାରିଖରେ ଜନ୍ମ ହୋଇଥିଲେ। ଇଂରାଜି କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇ ବର୍ଷର ୭ମ ମାସ। ଏହାବାଦ୍‌ ତାଙ୍କ ଫେଭରାଇଟ ଫୁଟ୍‌ବଲ କ୍ଲବ ହେଉଛି ମାଞ୍ଚେଷ୍ଟର ୟୁନାଇଟେଡ୍‌। ଏହି ଦଳ ପାଇଁ ବର୍ତ୍ତମାନ ଫୁଟ୍‌ବଲର ସଫଳ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଖେଳୁଥିଲେ। ତାଙ୍କ ଜର୍ସି ନଂ ମଧ୍ୟ ୭ ଥିଲା। ତେବେ ଧୋନୀ କ୍ରିକେଟ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଜଣେ ଜ୍ୟୋତିଷୀଙ୍କ ସହ ଯୋଗାଯୋଗ କରିଥିଲେ। ୭ ନଂ ଏକମାତ୍ର ନମ୍ବର, ଯାହାର କୌଣସି ପଜିଟିଭ କିମ୍ବା ନେଗେଟିଭ ପ୍ରଭାବ ନ ଥିବା ତାଙ୍କଠାରୁ ଜାଣିବାକୁ ପାଇଥିଲେ। ଏହାପରେ ଧୋନୀ ୭ ନଂ ଜର୍ସି ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ। କହିବାକୁ ଗଲେ, ସେ ବିଶ୍ୱର ସବୁଠୁ ସଫଳତମ ଅଧିନାୟକ। ତାଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି୨୦ ବିଶ୍ୱକପ୍‌, ୨୦୧୧ ଆଇସିସି ବିଶ୍ୱକପ୍‌ ଓ ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ସମସ୍ତ ଆଇସିସି ଟ୍ରଫି ହାତେଇଥିବା ସେ ଏକମାତ୍ର ଅଧିନାୟକ।