Categories: Home Leftଖେଳ

ଧୋନୀଙ୍କ ଟ୍ରେନିଂ ଆରମ୍ଭ

ନୂଆଦିଲ୍ଲୀ,୧୫।୧୧(ପି.ଟି.)- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଞ୍ଚିଠାରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଚଳିତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ରୁ ଭାରତୀୟ ଦଳ ଫେରିବା ପରଠାରୁ ଧୋନୀଙ୍କ ଭବିଷ୍ୟତ ନେଇ ଅନିଶ୍ଚତତା ଲାଗି ରହିଛି। ମାତ୍ର ଧୋନୀ ଅଭ୍ୟାସ ଆରମ୍ଭ କରିଥିବାରୁ ଶୀଘ୍ର ଜାତୀୟ ଦଳକୁ ଫେରିବା ନେଇ ଆଶା କରାଯାଉଛି। କିନ୍ତୁ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍‌ରେ ସେ ନ ଖେଳି ପାରନ୍ତି। କାରଣ ଏ ସମ୍ପର୍କରେ ବିସିସିଆଇ ଅପିସିଆଲ ଶୁକ୍ରବାର କହିଛନ୍ତ, ସେ ଓ୍ବେଷ୍ଟଇଣ୍ଡିଜ ସିରିଜ୍‌ ଲାଗି ଉପଲବ୍ଧ ହୋଇନାହାନ୍ତି। ଧୋନୀଙ୍କ ଅନୁପସ୍ଥିତିରେ ଯୁବ ଉଇକେଟକିପର ରିଷଭ ପନ୍ତଙ୍କୁ ପ୍ରାୟତଃ ଖେଳିବାକୁ ସୁଯୋଗ ଦିଆଯାଉଛି। ଅନ୍ୟପକ୍ଷରେ ପ୍ରସାରଣକାରୀ ଚ୍ୟାନେଲ ପକ୍ଷରୁ କୋଲକାତାରେ ହେବାକୁ ଥିବା ପ୍ରଥମ ଦିବାରାତ୍ର ମ୍ୟାଚ୍‌ରେ ଧୋନୀଙ୍କୁ କମେଣ୍ଟ୍ରି କରିବାକୁ ପ୍ରସ୍ତାବ ଦେଇଛି। କିନ୍ତୁ ବର୍ତ୍ତମାନ ସ୍ଥିତି ଅନୁଯାୟୀ, ଧୋନୀ କମେଣ୍ଟ୍ରି କରିବା ଦ୍ୱାରା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ସୃଷ୍ଟି ହୋଇପାରେ।