Categories: Home Leftଖେଳ

ଧୋନୀଙ୍କୁ ସାଲ୍ୟୁଟ୍‌ କଲେ କଟ୍ରେଲ

ନୂଆଦିଲ୍ଲୀ,୨୯।୭(ପିଟି)- ଓ୍ବେଷ୍ଟଇଣ୍ଡିଜ ପେସର ଶେଲ୍ଡନ କଟ୍ରେଲ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକ ଏବେ ୧୦୬ ଟେରିଟୋରିଆଲ ଆର୍ମି ବାଟାଲିୟନରେ ସମ୍ମାନଜନକ ଲ୍ୟୁଟ୍‌ନାଣ୍ଟ କଲୋନେଲ ଭାବେ ଡ୍ୟୁଟି କରି ଦେଶ ପ୍ରତି ଥିବା ପ୍ରେମର ପରିଚୟ ଦେଇଛନ୍ତି। ନିକଟରେ ଇଂଲଣ୍ଡରେ ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ରେ କଟ୍ରେଲ ଆର୍ମି ଷ୍ଟାଇଲରେ ସାଲ୍ୟୁଟ୍‌ କରିି ଚର୍ଚ୍ଚାକୁ ଆସିଥିଲେ। ସେ ଟୁଇଟରରେ ଗତ ୨୦୧୮ ବର୍ଷର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଧୋନୀ ରାଷ୍ଟ୍ରପତିଙ୍କଠାରୁ ରାଷ୍ଟ୍ରପତି ଭବନରେ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରୁଛନ୍ତି, ଯାହାକି ଦେଶର ୩ୟ ବଡ଼ ସମ୍ମାନ। କ୍ରିକେଟ ଫିଲ୍ଡରେ ଧୋନୀ ଜଣେ ପ୍ରେରଣାର ସ୍ରୋତ। କିନ୍ତୁ ସେ ଜଣେ ଦେଶ ଭକ୍ତ ମଧ୍ୟ। ଦେଶ ପାଇଁ ନିଜ ଦାୟିତ୍ୱଠାରୁ ସେ ଅଧିକ କରୁଛନ୍ତି ବୋଲି ଟୁଇଟ୍‌ କରିଛନ୍ତି। ଲ୍ୟୁଟ୍‌ନାଣ୍ଟ କଲୋନେଲ ଧୋନୀ ଜଣେ ପାରାଟ୍ରୁପର ମଧ୍ୟ। ସେ ୫ ଥର ପାରାଚ୍ୟୁଟ ଜମ୍ପ ଟ୍ରେନିଂ ମଧ୍ୟ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଥିବା ଧୋନୀ ୧୦୬ ଟିଏ ବାଟାଲିୟନ ସହ ୩୧ ତାରିଖରେ ଯୋଗଦେବେ। ସେଠାରେ ୧୫ ତାରିଖ ପର୍ଯ୍ୟନ୍ତ କଶ୍ମୀର ଭାଲିଠାରେ ପାଟ୍ରୋଲିଂ ଓ ଗାର୍ଡ ଡ୍ୟୁଟି କରିବେ।