Categories: Home Leftଖେଳ

ଧୋନୀଙ୍କୁ ପଛରେ ପକାଇବେ ରୋହିତ

ନୂଆଦିଲ୍ଲୀ,୩।୧୧- ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ରବିବାର ଖେଳାଯିବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ କାମଚଳା ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ କ୍ୟାରିୟରରେ ସଫଳତାର ଆଉ ଏକ ଫର୍ଦ୍ଧ ଯୋଡ଼ିବେ। ଭାରତ ପାଇଁ ସର୍ବାଧିକ ଟି୨୦ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ରୋହିତ ଏବେ ମହେନ୍ଦ୍ର ସିଂ ଧୋନୀଙ୍କ ସମକକ୍ଷ ଅଛନ୍ତି। ୨୦୦୭ ଟି୨୦ ବିଶ୍ୱକପ୍‌ରେ ପଦାର୍ପଣ କରିଥିବା ରୋହିତ ଏପର୍ଯ୍ୟନ୍ତ ୯୮ଟି ଲେଖାଏ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଣୁ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ରୋହିତ ଧୋନୀଙ୍କୁ ପଛରେ ପକାଇବା ନିଶ୍ଚିତ କରିଛନ୍ତି। ବିଶ୍ୱରେ ସର୍ବାଧିକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଥିବା ତାଲିକାରେ ପାକିସ୍ତାନ ଶୋଏବ ମଲିକ (୧୧୧ ମ୍ୟାଚ୍‌) ଓ ଶାହିଦ ଆଫ୍ରିଦୀ (୯୯) ଶୀର୍ଷରେ ରହିଛନ୍ତି।