Categories: Home Leftଖେଳ

ଧୋନୀଙ୍କୁ ଝଟକା ଦେଲା ଆଇସିସି

ସାଉଥାମ୍ପଟନ, ୭।୬- ଭାରତର ପୂର୍ବତନ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କୁ ଝଟକା ଲାଗିଛିି। ଧୋନୀଙ୍କ ଗ୍ଲୋଭସରେ ଥିବା ଭାରତୀୟ ପାରା ସ୍ପେଶାଲ ଫୋର୍ସର ପ୍ରତୀକ ଚିହ୍ନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ଆଇସିସି। ଏନେଇ ବିସିସିଆଇକୁ ଅବଗତ କରାଯାଇଛି ବୋଲି ଆଇସିସି କହିଛି। ଧୋନୀ ପାରା ସ୍ପେଶାଲ ଫୋର୍ସକୁ ସମ୍ମାନ ଦେବା ପାଇଁ ଏଭଳି କରିଥିଲେ ବୋଲି ଜଣାପଡିଛି। ଧୋନିଙ୍କ ଗ୍ଲୋଭସରେ ଥିବା ଏହି ପ୍ରତୀକ ଚିହ୍ନକୁ ସମସ୍ତେ ବ୍ୟବହାର କରିପାରିବେ ନାହିଁ। ଏହାକୁ କେବଳ ପାରା-କମାଣ୍ଡୋ ହିଁ ବ୍ୟବହାର କରିପାରିବେ ବୋଲି ଆଇସିସି କହିଛି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର ଖେଳାଯାଇଥିବା ବିଶ୍ୱକପ ମ୍ୟାଚରେ ଧୋନୀଙ୍କ ଏକ ସ୍ବତନ୍ତ୍ର ଗ୍ଲୋବ୍ସ ବ୍ୟବହାର କରୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ଉଇକେଟକିପିଂ ଗ୍ଲୋବ୍ସରେ ବଳିଦାନର ଚିହ୍ନ ରହିଥିଲା, ଯାହାକି ଭାରତୀୟ ପାରା ସ୍ପେଶାଲ ଫୋର୍ସର ପ୍ରତୀକ। ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଆଣ୍ଡିଲେ ଫେଲୁକ୍ୱାୟୋଙ୍କୁ ଷ୍ଟମ୍ପିଂ କରିବାବେଳେ ଧୋନୀଙ୍କ ଗ୍ଲୋବ୍ସରେ ଲାଗିଥିବା ଚିହ୍ନ ସ୍ପଷ୍ଟ ଭାବେ ଦେଖାଯାଇଥିଲା।