CREATOR: gd-jpeg v1.0 (using IJG JPEG v62), quality = 100
ମୁମ୍ବାଇ: ବଲିଉଡ୍ର ବିଗତ ଦିନର ନାୟକ ଧର୍ମେନ୍ଦ୍ର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ନିକଟରେ ସେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଡେଙ୍ଗୁରେ ପୀଡିତ ଥିବା ଧର୍ମେନ୍ଦ୍ର ୩ ଦିନ ହସ୍ପିଟାଲରେ ରହିବା ପରେ ଏବେ ଘରକୁ ଫେରିଛନ୍ତି। ୮୩ ବର୍ଷୀୟ ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଅଧିକାଂଶ ସମୟରେ ଖରାପ ରହୁଥିବାରୁ ସେ ମୁମ୍ବାଇରେ ତାଙ୍କ ପରିବାର ସହ ମିଶି ରହୁଛନ୍ତି। ଅଧିକାଂଶ ସମୟ ସେ ଲୋନାଓ୍ବଲା ଫାର୍ମ ହାଉସରେ ରହିବାକୁ ପସନ୍ଦ କରନ୍ତି। କାରଣ ଚାଷ କରିବା, ଗାଈଗୋରୁଙ୍କ ଯତ୍ନ ନେବାକୁ ସେ ବେଶ ପସନ୍ଦ କରନ୍ତି। ନିକଟରେ ସେ ତାଙ୍କ ନାତି କରନ ଦଓ୍ବେଲଙ୍କ ଅଭିନୀତ ପ୍ରଥମ ମୁଭି ‘ପଲ ପଲ ଦିଲ କେ ପାସ’ର ପ୍ରମୋଶନରେ ଦେଖାଦେଇଥିଲେ। ଆଉ ଲତା ମଙ୍ଗେସକରଙ୍କ ଜନ୍ମଦିନରେ ତାଙ୍କୁ ଟୁଇଟର ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ଲେଖିଥିଲେ କି ସେ ଯେତେବେଳେ ଦୁଃଖି ହୋଇ ଯାଆନ୍ତି ସେତେବେଳେ ଲତାଜିଙ୍କ ଗୀତ ଶୁଣିଥାଆନ୍ତି।