ଧର୍ମଶାଳା ତହସିଲ ୩ ବାଲିଘାଟରେ ୧୪୪ ଧାରା ଜାରି

ଜେନାପୁର,୬।୧୨ (ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ଜେନାପୁର, ବୃନ୍ଦାଦେଈପୁର ଓ ମର୍ଜିତାପୁର ବାଲି ଘାଟରେ ଗୁରୁବାର ତହସିଲ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ା ଧର୍ମଶାଳା ତହସିଲ ଓ ଜେନାପୁର ପୋଲିସ ମିଳିତ ଭାବେ ପ୍ରଥମେ ବୃନ୍ଦାଦେଈପୁର ବାଲିଘାଟରେ ପହଞ୍ଚତ୍ ନାଲି ପତାକା ଲାଗଇ ୧୪୪ ଧାରା ଜାରି କରିଥିଲେ। ପରେ ମର୍ଜିତାପୁର ଓ ଜେନାପୁର ଘାଟରେ ୧୪୪ ଧାରା ଜାରି କରିଥିଲେ। ଏଥିସହ ସୈରାତକୁ ସଂଯୋଗ କରୁଥିବା ରାସ୍ତାକୁ ଜେସିବି ସହାୟତାରେ କାଟି ଅଲଗା କରିଛନ୍ତି। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଓ ଆର୍‌ଆଇ ସୁନୀଲ କୁମାର ନାୟକ ଓ ଏଆର୍‌ଆଇ ଚନ୍ଦନ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ। ସୂଚନା ଯୋଗ୍ୟ ଯେ, ଉପରୋକ୍ତ ବାଲିଘାଟଗୁଡିକରେ ବେଆଇନ ଭାବେ ବାଲିଚାଲାଣ କରାଯାଉଥିବା ସ୍ଥାନୀୟ ଲୋକେ ଜିଲାପାଳ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ।

Share
Tags: jajpur