ଦ ଜୋୟା ଫ୍ୟାକ୍ଟର: ସୋନମ କପୁର ଶେୟାର କଲେ ମୋଶନ ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ନିକଟରେ ଏହାର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରିଥିଲେ। ଏବେ ଏହାର ଏକ ମୋଶନ୍‌ ପୋଷ୍ଟର ଶେୟାର କରିଛନ୍ତି ସୋନମ। ଆଉ ଏହି ପୋଷ୍ଟରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଆଗ୍ରହ ପ୍ରକାଶ ପାଇଥିବା ଦେଖା ଦେଇଛି। ବୁଧବାର ସୋନମ ଏହି ମୋଶନ୍‌ ପୋଷ୍ଟରଟି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫିଲ୍ମରେ ସେ ଦଲକିର ସମଲମାନଙ୍କ ସହ ନଜର ଆସିବେ। ଦଲକିରଙ୍କର ଏହା ଡେବ୍ୟୁ ଫଇଲ୍ମ ହୋଇଥିବା ବେଳେ ଏହା ଅନୁଜା ଚୌହାନଙ୍କ ସବୁଠାରୁ ଅଧିକ ବିକ୍ରି ହୋଇଥିବା ଉପନ୍ୟାସ ‘ଦ ଜୋୟା ଫ୍ୟାକ୍ଟର’ ଉପରେ ଆଧାରିତ। ଅଭିଶେକ ଶର୍ମା ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ଏହା ଆସନ୍ତା ସେପ୍ଟେମ୍ବର ୨୦ରେ ରିଲିଜ୍‌ ହେବାର ଯୋଜନା ରହିଛି।