Technicians carry out a diagnostic test for coronavirus in a lab at the Rambam Hospital in Haifa, on March 30, 2020. Photo by Yossi Aloni/Flash90 *** Local Caption *** ????? ?????? ????? ?????? ?????? ???"? ?????? ???? ????? ?????? ??? ?????
ନୂଆଦିଲ୍ଲୀ,୨।୫: ଦେଶରେ କରୋନା ଭାଇରସର ସଂକ୍ରମଣ ଏବେ କମ୍ ହେବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଯାହା ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୨,୨୯୩ କରୋନା ପଜିଟିଭ ଚିହ୍ନଟ ହେବା ଫଳରେ ଏହାର ଭୟାବହତାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ବିଗତ ଦିନ ତୁଳନାରେ ଏହା ସର୍ବାଧିକ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାକୁ ନେଇ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୩୩୬ରେ ପହଞ୍ଚିଛି। ଏବେସୁଦ୍ଧା କରୋନା ସଂକ୍ରମଣରେ ଭାରତରେ ୧,୨୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯,୯୫୧ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୧,୫୦୬ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪୮୫ ଜଣଙ୍କ ମୃତ୍ୟୁ ହେଲାଣି ଓ ୧,୮୭୯ ଜଣ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ କରୋନା ତାଣ୍ଡବ ରଚିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୧,୮୮୩ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା କହିଛି ଜନ୍ସ ହପକିନ୍ସ ୟୁନିଭର୍ସିଟି। ଭାରତରେ ଏବେ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ଆମେରିକାଠାରୁ ଅଧିକ ହୋଇଥିବାରୁ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।