England's Ben Stokes walks to receive the Player of the Match award after his team won the Cricket World Cup final match between England and New Zealand at Lord's cricket ground in London, England, Sunday, July 14, 2019. (AP Photo/Aijaz Rahi)
ଲଣ୍ଡନ, ୧୬।୭: ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି। ଇଂଲଣ୍ଡକୁ ବିଶ୍ୱଚାମ୍ପିଅନ୍ କରାଇବାରେ ବେନ ଷ୍ଟୋକ୍ସଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଫାଇନାଲରେ ଷ୍ଟୋକ୍ସ ୮୪ରନର ପାଳି ଖେଳି ଅପରାଜିତ ରହିଥିଲାବେଳେ ସୁପର ଓଭରରେ ବି ଭଲ ଖେଳିଥିଲେ। ଫଳରେ ନ୍ୟୁଜିଲାଣ୍ଡ ସଂଘର୍ଷପୂର୍ଣ୍ଣ ଫାଇନାଲରେ ପରାସ୍ତ ହୋଇଥିଲା। ଯଦିଓ ଫାଇନାଲରେ ଷ୍ଟୋକ୍ସ ଇଂଲଣ୍ଡ ପକ୍ଷରୁ ଖେଳୁଥିଲେ, କିନ୍ତୁ ତାଙ୍କ ପୂରା ପରିବାର ନ୍ୟୁଜିଲାଣ୍ଡକୁ ସମର୍ଥନ କରୁଥିଲେ। କାରଣ ଷ୍ଟୋକ୍ସ ଇଂଲଣ୍ଡରେ ନୁହେଁ, ନ୍ୟୁଜିଲାଣ୍ଡ ଜନ୍ମ ହୋଇଛନ୍ତି। ତାଙ୍କ ପରିବାର ଏବେ ମଧ୍ୟ ସେଠାରେ ରହୁଛନ୍ତି। ତେଣୁ ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ହାତରୁ ଟ୍ରଫି ଛଡାଇଆଣିବା ପରେ ତାଙ୍କ ପିତା ଗେରାର୍ଡଙ୍କୁ ସେଠାରେ ଗାଳି ପଡିବା ସ୍ବାଭାବିକ। ଷ୍ଟୋକ୍ସଙ୍କ ପିତା କହିଛନ୍ତି, ମୋ ଦେଶ ହାରିବାରେ ମୁଁ ବହୁତ ଦୁଃଖି। କିନ୍ତୁ ମୋତେ ଯେଉଁଭଳି ଭାବେ ଲୋକେ ଘୃଣା କରୁଛନ୍ତି ତାହା କରିବା ଉଚିତ୍ ନୁହେଁ। ସୂଚନାଯୋଗ୍ୟ, ଷ୍ଟୋକ୍ସଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲାବେଳେ ତାଙ୍କ ପିତା ରଗବୀ ଲିଗ୍ରେ କୋଚିଂ ଦେବା ପାଇଁ ଇଂଲଣ୍ଡ ପଳାଇଆସିଥିଲେ। ତାଙ୍କ ସହ ତାଙ୍କ ପରିବାର ବି ଏଠାକୁ ପଳାଇଆସିଥିଲେ। ଷ୍ଟେକ୍ସ କ୍ରିକେଟ କୋଚିଂ ପାଇଁ ଇଂଲଣ୍ଡରେ ରହିଯାଇଥିଲେ। କିନ୍ତୁ ତାଙ୍କ ପରିବାର ନ୍ୟୁଜିଲାଣ୍ଡ ପଳାଇଥିଲେ।