ଦେଓଘର ପହଞ୍ଚି ବାବା ବୈଦନାଥଙ୍କୁ ଦର୍ଶନ କଲେ ତେଜ ପ୍ରତାପ

ରାଞ୍ଚି,୨୯।୭: ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଝାଡ଼ଖଣ୍ଡର ଦେଓଘରରେ ଥିବା ବାବା ବୈଦନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଛନ୍ତି। ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ମଧ୍ୟ ଦେବଘରରେ ପହଞ୍ଚିଥିଲେ। ସେ ଭଗବାନ ଶିବଙ୍କ ରୂପ ଧାରଣ କରି ବାବା ବୈଦନାଥ ମନ୍ଦିରରେ ରୁଦ୍ରାଭିଷେକ କରିଥିଲେ। ଏହି ସମୟୟର ଫଟୋ ଓ ଭିଡିଓକୁ ସେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବଥର ମଧ୍ୟ ଶିବରୂପ ଧାରଣ କରିଥିବା ବେଳେ ତେଜପ୍ରତାପ ସବୁବେଳେ ନିଜ ରୂପ ଧାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି।