Arrested man in handcuffs with hands behind back
ଭବାନୀପାଟଣା, ୩୧।୫ (ଡି.ଏନ୍.ଏ.): ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ଦୁଇଟି ଅପହରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି।
ଭବାନୀପାଟଣା ସହରରେ ଗତ କିଛି ଦିନ ତଳେ ବିବାହର ପ୍ରଲୋଭନ ଦେଖାଇ ବେନ୍ଦାଝୋଲା ଗ୍ରାମର ମାନସ ନାଏକ ସାଥୀ ସଞ୍ଜୟ ସା ଓ ବଡ଼ପଡାର ରୋହିତ ଦୀପଙ୍କ ସହ ମିଶି ଜଣେ ୧୩ ବର୍ଷର ଛାତ୍ରୀଙ୍କୁ ଅପହରଣ କରିଥିଲେ। ଏ ନେଇ ଝିଅର ବାପା ଟାଉନ ଥାନାରେ ଏତଲା ଦେବା ପରେ ଆଇଆଇସି ସତ୍ୟ କୁମାର ନନ୍ଦ ଏକ ମାମଲା ରୁଜୁ କରିଥିଲେ। ଢେଙ୍କାନାଳ ଜିଲା ସୁନ୍ଦରପଡ଼ାରେ ମାନସଙ୍କ ମାଉସୀ ଘରୁ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଭବାନୀପାଟଣା ଅଣାଯିବା ସହିତ ତାଙ୍କ ସାଥୀ ସଞ୍ଜୟ ଓ ରୋହିତଙ୍କ ବାପା ତେଜରାଜଙ୍କୁ ଗିରଫକରି ପୋଲିସ କୋର୍ଟଚାଲାଣ କରିଛି।
ସେହିପରି ଅନ୍ୟ ଏକ ଘଟଣାରେ ଭବାନୀପାଟଣା ସହରସ୍ଥିତ ରାମସାଗରପଡ଼ାର ଡ୍ରାଇଭର ଶମ୍ଭୁ କୁମାର ସାହୁ(୧୯) ଜଣେ ୧୭ ବର୍ଷର ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିବା ପରିବାର ଲୋକେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଆଇଆଇସି ସତ୍ୟ କୁମାର ନନ୍ଦ ଓ ଏସ୍ଆଇ ସୀତା କିଷାନ ଶମ୍ଭୁଙ୍କୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।