ଦୁଆଁ, ଛାଟି ଦେଉଛେ ପେଟ୍‌କେ ଦାନା

ଲୋଇସିଂହା,୨୮।୧୧(ଡି.ଏନ.ଏ)- ଦିନୁ ଦିନ୍‌କେ ସମାଜରେ ଅନେକ ପରିବରତନ ଦେଖ୍‌ବାକେ ମିଲୁଛେ। ସେ ହିସାବେ ଲୁକ୍‌କର ବୁର୍‌ତି, ବେଉସା ବି ବଦଲୁଛେ। ଆଘ ଲୋକ୍‌ ଚାଷ୍‌ବାସରେ ଦଁରା, ଛାଟି ବେଭାର କରୁଥିଲେ। ସେନ୍‌ତା ଗାଏଦାମୁର ବଁଧାଛଁଦା ଲାଗି ଦୁଆଁର ବେଭାର କରୁଥିଲେ। ଇ ଦଁରା, ଛାଟି, ଦୁଆଁ କଁରିଆ ପଟ, ପନାସୀକେ ପାଚ ମାରି ତିଆର କରୁଥିଲେ। ସେଟାକେ ଆସର ପାସର ବଜାରରେ ବିକିଭାଂଗି ଦୁଇପଏସା ରୁଜଗାର କରୁଥିଲେ। ସେଥ୍‌ରେ ତାକର ପରିବାରର ତେଲ୍‌ନୁନ୍‌ ଚଲୁଥିଲା। ହେଲେ ଆଏଜ୍‌କାଲି ପଟ, ପନାସୀ ଠିକ୍‌ ହିସାବେ ନାଇଁ ମିଲବାର। ତାର ବଦ୍‌ଲା ଲୋକ୍‌ ସିମେଟ, ସାର ବସ୍‌ତାରେ ବେଭାର ହେଉଥିବାର ସୂତାକେ ବେଭାର କରି ଦଁରା, ଛାଟି, ଦୁଆଁ ତିଆର କରୁଛନ୍‌। ଏନ୍‌ତା ଗୁଟେ ଦମ୍ପତିକେ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ରେ। ଦମ୍ପତି ସିମେଟ, ସାର ବସ୍‌ତା ଠୁଲେଇ ସେଥ୍‌ରୁ ଦଁରା, ଛାଟି, ଦୁଆଁ ତିଆର କରି ପରିବାର ଚଲଉଛନ୍‌।
ସୂଚନା ଅନ୍‌ସାରେ ଲୋଇସିଂହା ବ୍ଲକ ତଲିଉଡ଼ାର ପଁଚେତ୍‌ ଅଧୀନ ବାଗଡ଼ିଆ ଗଁାର ମୂଲବାସିନ୍‌ଦା ମୀନ ମାଝି(୬୦)। ପରିବାର କହେଲେ ମାଏକିନା ଲତା, ଦୁଇ ଝି’ ଆର ଗୁଟେବଲି ପୁଓକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌। ମା’ବାପ୍‌ ଅମଲୁ ଡାକ୍‌ତରଖାନା ଛକ୍‌ ପାସେ ସରକାରୀ ଜମିରେ ଗୁଟେ କୁରିଆ କରି କୁଟୁମ ବସିଆ ରହୁଛନ୍‌। ମୀନ ମା’ବାପ୍‌ନୁ ଦଁରା, ଛାଟି, ଦୁଅଁା, ଶିକା ତିଆରିବାର ଶିଖିଥିଲେ। ମା’ବାପ୍‌ ଚାଲିଗଲା ଉତାରୁ ମୀନ ଇତାକେ ବୁର୍‌ତି ହିସାବେ ଧରିନେଇଛନ୍‌। ଇ କାମ୍‌ରେ ମୀନକଁର ମାଏକିନା ଲତା ବି ସହଯୋଗ କରୁଛନ୍‌। ମୀନ ଗଁାଗଁଡ଼ା ବୁଲି ସିମେଟ, ସାର ବସ୍‌ତା ଘିନିଆନୁଛନ୍‌। ସେଟାକେ ଧୁଆରେଥା କରି ଖରାରେ ଶୁଖଉଛନ୍‌। ବସ୍‌ତାରୁ ପାଏନ୍‌ ଛାଡ଼ଲା ଉତାରୁ ସେତାକେ ନିକେଇ ଲୁଇ ଧରି ପାଚ ମାରୁଛନ୍‌। ତା’ପରେ ସେଥ୍‌ରୁ ଦଁରା, ଛାଟି, ଦୁଅଁା, ଶିକା ତିଆର କରୁଛନ୍‌। ଇ ବାବ୍‌ଦେ ମୀନକୁଁ ପଚ୍‌ରାଲାରୁ ୨ରୁ ୩ଟା ସିମେଟ ବସ୍‌ତାରେ ଗୁଟେ ଦୁଅଁା ହେଉଛେ। ହପ୍‌ତାକ ପାଖାପାଖି ୧୫୦ରୁ ୨୦୦ ଦୁଆଁ ତିଆର କରି ହେଉଛେ। ବେପାରୀମାନେ ଘରକେ ଆସି ଇ ସାମାନ ନେଇ ଯାଉଛନ୍‌ ବଲି ସେ କହିଥିଲେ। ସେନ୍‌ତା ଇ ବେପାରରୁ ଯାହା ମିଲୁଛେ ସେଥ୍‌ରେ ଆମର ତେଲ୍‌ନୁନ୍‌ ଚଲିଯାଉଛେ। ଇ କମାନୀରୁ ୨ ଝି’କେ ବିହାଚୁରା କରିଛେଁ। ହେଲେ ବି ଅଭାବ ଅନାଟନ ଲାଗି ରହୁଛେ। ସେଥ୍‌ତ୍ରଲାଗି ଗୁଟେବଲି ପୁଓ ୬ ବଛର ହେଲା ବାହାର ରାଏଜେ ଦାଦନ୍‌ ଖଟୁଛେ। ପଁଚେତ୍‌ରୁ ମାସିକ ୧୫ କେ.ଜି. ଚାଉଲ ମିଲୁଛେ। ଘରଖଁଡ଼େ ବି ମିଲିଛେ, ହେଲେ ରଏତି ଜମି ଅଭାବୁ ଘର ତିଆରି ନାଇଁ ପାରବାର। ତହସିଲରୁ ଜାଗା ଖଁଡ଼େ ଦେଲେ ଘରଟା ହେଇପାରତା। ସେନ୍‌ତା ମୋତେ ୬୦ ବଛର୍‌ରୁ ଅଧ୍‌କା ହେଲାନ ହେଲେ ଭୋଟର କାର୍ଡରେ ଭୁଲଭଟକା ଲାଗି ଭତା ନାଇଁ ମିଲିପାରବାର ବଲି ମୀନ କହିଛନ୍‌।

Share