ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍‌ଡି ଲାଞ୍ଚ ନେଉଥିବାବେଳେ ଗିରଫ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍‌ଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳକୃଷ୍ଣ ମାଧବ ଗିରଫ ହୋଇଛନ୍ତି। ଜିଏସ୍‌ଟି ସମ୍ପର୍କିତ ମାମଲାରେ ଗୋପାଳ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ସିବିଆଇ ଅଧିକାରୀମାନେ ତାଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଛନ୍ତି। ଗୋପାଳ ଗିରଫ ହେବାପରେ ମନୀଷ କହିଛନ୍ତି, ସିବିଆଇ ସମ୍ପୃକ୍ତ ଅଧିକାରୀଙ୍କୁ କଠୋର ଦଣ୍ଡ ଦେବା ଉଚିତ। ସୂଚନାଯୋଗ୍ୟ, ୨୦୧୫ରୁ ସିସୋଡିଆଙ୍କ କାର୍ଯ୍ୟାଳୟରେ ସେ ନିଯୁକ୍ତି ପାଇଥିଲେ। ଗିରଫ ଅଧିକାରୀଙ୍କୁ ପଚରାଉଚରା ଲାଗି ସିବିଆଇ ମୁଖ୍ୟାଳୟକୁ ନିଆଯାଇଛି।