ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ନେଇ କଥା ହେବାକୁ ଶାହାଙ୍କୁ ସମୟ ମାଗିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜଧାନୀ ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି। ଏ ସମ୍ପର୍କରେ ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହେବାକୁ ସମୟ ମାଗିଛନ୍ତି। ସୋମବାର ଟୁଇଟ୍‌ କରି କେଜରିଓ୍ବାଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦିଲ୍ଲୀରେ ଏବେ ଆଇନ ଶୃଙ୍ଖଳା ବିଗିଡି ଯାଇଥିବା ବେଳେ ଏଠାରେ ଶାନ୍ତି ପ୍ରତିଷ୍ଠା ଜରୁରୀ ହୋଇପଡିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରବିବାର ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଯେଉଁ ବିରୋଧ ପ୍ରଦର୍ଶନ କରିଥିଲେ ଏହା ପରେ ହିଂସାର ରୂପ ନେଇଥିଲା। ଛାତ୍ରୀଛାତ୍ରମାନେ ଡିଟିସିର ପ୍ରାୟ ୪ଟି ବସ୍‌ ପୋଡି ଦେବା ସହ ଏଥିରେ ପ୍ରାୟ ୬୦ ପୋଲିସ ଓ ଅଗ୍ନିଶମ କର୍ମୀ ଆହତ ମଧ୍ୟ ହୋଇଥିଲେ।